ଗଁଦିଆ ବ୍ଳକର ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ବେହାଲ ହୋଇପଡିଥିବା ବେଳେ କାବେରା ଗ୍ରାମ ପଞ୍ଚାୟତର କାବେରା ଗ୍ରାମର ବେଳାସାହି ଓ ଶବରସାହିକୁ ସଂଯୋଗ କରୁଥିବା ରାସ୍ତାଟି ବର୍ଷାରେ ବେହାଲ ହୋଇପଡିଛି ।
ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ରାସ୍ତାରେ ମଟର ସାଇକେଲ ଓ ପାଦରେ ଚାଲି ଚାଲି ଯାତାୟତ କରିବା ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ମୁଖ୍ୟରା୍ସ୍ତା ହୋଇପଡିଥିବା ବେଳେ ଏହି ରାସ୍ତା ଉପରେ ୩ଟି ସାହିର ଲୋକ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ବର୍ଷାଦିନରେ ଏହି ରାସ୍ତାର ଅବସ୍ଥା ନକହିବା ଭଲ ।
ଗ୍ରାମବାସୀ ଏହି ରାସ୍ତାକୁ ମରାମତି କରିବା ପାଇଁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ରାସ୍ତାଟି ମରାମତି ହୋଇପାରୁନାହିଁ । ଫଳରେ ରାସ୍ତାରେ ଯାତାୟତ କରିବା ବେହାଲ ହୋଇପଡିଛି । ତୁରନ୍ତ ପ୍ରଶାସନ ବେହାଲ ରାସ୍ତାର ଅବସ୍ଥାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାଟିର ମରାମତି କରାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢଦାବୀ ହୋଇଛି ।