News
WhatsApp Image 2023-10-04 at 17.25.00
samparksetu

ବନପାଳଙ୍କ ଅଫିସ ଭିତରେ ପଶି ବନପାଳଙ୍କୁ ଠେଙ୍ଗାରେ ପିଟି ଲହୁଲୁହାଣ କଲେ ଯୁବକ

ବନପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ବନପାଳଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ମଦ୍ୟପ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବନପାଳଙ୍କ କାର୍ଯ୍ୟାଳୟରେ । କାର୍ଯ୍ୟାଳୟରେ ବନପାଳ ଚନ୍ଦ୍ର ଶେଖର ବେହେରା ଖାଉଥିବା ସମୟରେ ପଦ୍ମପୋଖରୀ ଗାଁର ଯୁବକ ପିଙ୍କୁ ପରିଡା ତାଙ୍କୁ କିଛି କହିବା ପୂର୍ବରୁ ଏକ ଠେଙ୍ଗାରେ ମରଣାତ୍ମକ ଆକ୍ରମଣ କରିଥିଲେ ।

ଏଥିରେ ବନପାଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ବନପାଳଙ୍କ ଚିତ୍କାର ଶୁଣି ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଚାଲି ଆସିଥିଲେ । ଏବଂ ମଦ୍ୟପ ଯୁବକ ପିଙ୍କୁ ପରିଡାକୁ କାବୁ କରିବାରେ ସଫଳ ହୋଇଥିଲେ । ପରେ ବନପାଳ ସମ୍ପୃକ୍ତ ଯୁବକକୁ କାମାକ୍ଷାନଗର ପୋଲିସର ଜିମା ଦେଇଥିଲେ । ତେବେ ଅଭିଯୁକ୍ତର ମତ ଅନୁଯାୟୀ ମୁକ୍ତାପଶି ଫରେଷ୍ଟ ବିଟ୍ ର ଜଣେ ହାତୀ ସ୍କ୍ୱାର୍ଡର ସଦସ୍ୟଙ୍କ କଥାରେ ପଡି ଏପରି କରିଥିବା ସେ କହିଛନ୍ତି ।ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!