News
WhatsApp Image 2023-10-04 at 17.25.00
samparksetu

କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ତରଫରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ତରଫରୁ ଆଜି କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରେ ବ୍ଲକ ର ସମସ୍ତ ଡ୍ରାଇଭର ଏକତ୍ରିତ ହେଇ ପ୍ରଥମେ ଗାନ୍ଧି ଛକ ଠାରେ ମହାତ୍ମାଗାନ୍ଧି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ସଭାପତି ଚତୃଭୋଜ ମାହନ୍ତ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ମୂଖ୍ୟ ଅତିଥି କଙ୍କଡାହାଡ଼ ପଂଚାୟତ ସମିତି ଅଧ୍ୟକ୍ଷ କାର୍ତିକ ସାହୁ ଯୋଗଦେଇ ମାସ୍କ,ସାନିଟାଇଜର, ପାଣି ବଟଲ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘ ସଭାପତି ନରୋତ୍ତମ ବେହେରା କହିଥିଲେ ଡ୍ରାଇଭର ମାନେ ନିଜ ଜୀବନ କୁ ବାଜି ଲଗାଇ ସମସ୍ତଙ୍କୁ ସେବା ଯୋଗାଇ ଦେଉ ଥିଲା ବେଳେ ଡ୍ରାଇଭର ମାନଙ୍କୁ କରନା ଯୋଦ୍ଧା ଘୋଷଣା କରାନଯିବା ପରିତାପର ବିଷୟ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସ୍ୱାଧୀନ ମହାନ୍ତ,କମିଟି ସଦସ୍ୟ ଦୁଷ୍ମନ୍ତ ମହାନ୍ତ,ତ୍ରିନାଥ ମହାନ୍ତ,ସୁଧାକର ସାହୁ, ଗଣେଶ୍ୱର ବାରିକ,ବିମ୍ବାଧର ବେହେରା,ସଞ୍ଜୀବ ଦଳେଇ,ସୁଧୀର ଦେହୁରୀ ସହଯୋଗ କରିଥିଲେ ।କରୋନା ମହାମାରୀ ସମୟରେ ଡ୍ରାଇଭର ସଂଘର ଏଭଳି ମହତ କାର୍ୟ୍ଯ କୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।

new life
You might also like
error: Content is protected !!