News
WhatsApp Image 2023-10-04 at 17.25.00
samparksetu

କରୋନା ଓ କଲର ଟ୍ୟୁନ

କରୋନା ମହାମାରୀ ଆସିବା ଦିନ ଠାରୁ ଆପଣ ଯାହାକୁ ବି କଲ୍ କରନ୍ତୁ ବିଭିନ୍ନ କଲର ଟ୍ୟୁନ ଶୁଣିଶୁଣି ବିରକ୍ତ ହେଇଯାଉଥିବେ ନିଶ୍ଚିତ । ସଂକ୍ରମଣ ଆରମ୍ଭ ଦିନରୁ କାସ ଓ ଛିଙ୍କ ଶବ୍ଦ ରେ ଫୋନ ଟି ଆରମ୍ଭ ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ଏହା ବାରମ୍ବାର ଟ୍ରଲ ହୋଇଥିବାର ମଧ୍ୟ ଦେଖା ଦେଇଥିଲା । ଏଥିରୁ କିପରି ମୁକ୍ତି ମିଳିବ ଏ ନେଇ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରଣ ମଧ୍ୟ କରିଥିଲେ ହେଲେ, ଏହା ଏତେଟା କାର୍ୟ୍ଯକାରୀ ହୋଇନଥିଲା ।

ତେବେ ପରେପରେ ଆସିଥିଲା ଦ୍ଵିତୀୟ ଲହର ଆରମ୍ଭ ହୋଇଥିଲା ଭ୍ୟାକ୍ସିନ ନେଇ ସଚେତନ ବାର୍ତା । ବିରକ୍ତି ଭାବ ଦୁର କରିବାକୁ ବଲିଉଡ ଷ୍ଟାରଙ୍କ ସହାୟତା ନିଆଗଲା । ତାଙ୍କ ଭଏସ ରେ ଦିଆଗଲା କଲର ଟ୍ୟୁନ , ଆଉ ବା କେତେଦିନ ସକାଳର ଆଲାରାମ ଟ୍ୟୁନ ପରି ସେଥିରେ ମଧ୍ୟ ଆସିଗଲା ବିରକ୍ତି ଭାବ । ଫୁଣି ଜଣେ ମ୍ୟାଡ଼ମ ଙ୍କ ଭଏସ ଶୁଭିଲା ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ଏବଂ ହାତ କୁ ବାରମ୍ବାର ଧୋଇବା ସହ ଭ୍ୟାକ୍ସିନ ନେବା ମଧ୍ୟ ଏଥିରେ ସାମିଲ କରାଗଲା ।

ତେବେ ଏ ସଚେତନା କାହା ପାଇଁ ବିଭିନ୍ନ ସମୟରେ କଲ ଟି ଲାଗୁ ନ ଲାଗୁ ଏ ଶବ୍ଦ ଶୁଣିବା କଣ ସତରେ ସଚେତନତା କରାଇବା । ମେଡ଼ିକାଲ ରେ ଥାଆନ୍ତୁ କି ଘରେ ବା ଥାଆନ୍ତୁ ଘରପୋଡି ସ୍ଥାନରେ କିମ୍ବା ଥାଆନ୍ତୁ ଦୁର୍ଘଟଣା ସ୍ଥାନରେ ଭ୍ୟାକ୍ସିନ ନେଇ ସଚେତନା ବାର୍ତା ଟି ଶୁଣିବା ନିଶ୍ଚିତ ପଡିବ ।

ବିଗତ ଦିନରେ ଏକ ଟିକା କରଣ କେନ୍ଦ୍ରରେ ଟିକା କରଣ କୁ ନେଇ ବ୍ୟାପକ ଅନିୟମିତତା ଦେଖା ଦେଇଥିବା ବେଳେ ଏନେଇ ଜଣେ ସଚେତନ ନାଗରିକ କର୍ତ୍ତୃପକ୍ଷଙ୍କୁ ଅବଗତ ନିମନ୍ତେ ଫୋନ କରିଥିଲେ ତେବେ ଏହି ଟ୍ୟୁନ ଶୁଣି ବିରକ୍ତି ହୋଇ ଗାଳି ଗୁଲଜ କରିବା ସହ ଫୋନ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ସମ୍ପୂର୍ଣ୍ଣ ଘଟଣା ପଚାରି ବୁଝିବାରୁ ସକାଳ ୪ ଟାରୁ ଠିଆ ହୋଇ ଦିନ ୧୧ ଟାରେ ଟିକା ନେଇ ଅନିଶ୍ଚିତତା ଦେଖା ଦେଇଥିଲା ଏନେଇ ଅଭିଯୋଗ କରିବା ସମୟରେ ଭ୍ୟାକ୍ସିନ ନିଶ୍ଚିତ ନିଅନ୍ତୁ ଶୁଣି ବ୍ୟକ୍ତି ଜଣଙ୍କ ଅତିଶୟ ରାଗିଯାଇଥିଲେ ।

ତେବେ କାଳ କ୍ରମେ ଏହା କିଛି ମହଲରେ ପ୍ରହସନ ବୋଲି କୁହାଗଲାଣି ଯେତେକି ଏଥିରେ ସଚେତନ କରାଯାଉଛି ସେତିକି ପରିମାଣର ଭ୍ୟାକ୍ସିନ ଯୋଗାଇବା ବା ଆବଶ୍ୟକିୟ ବ୍ୟକ୍ତିଙ୍କୁ ମାଗଣା ମାସ୍କ ସାନିଟାଇଜର ବଣ୍ଟନ କରାଗଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ।

ସେହିପରି ଟେଲିଫୋନ ଭଳି ଅତ୍ୟାବଶ୍ୟକ ସେବାରେ ଏହା ବାରମ୍ବାର ଏଭଳି ସଚେତନ କରାଇବା ବାଧ୍ୟତାମୂଳକ ନହେବା ବୋଲି ବିଭିନ୍ନ ବରିଷ୍ଠ ନାଗରିକ ମାନେ ମତ ରଖିଛନ୍ତି ।

ବି ଦ୍ର: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି ଢେଙ୍କାନାଳ ଅପଡେଟ ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ । ।

new life
You might also like
error: Content is protected !!