News
WhatsApp Image 2023-10-04 at 17.25.00
samparksetu

ବକେୟା ଦରମା ପ୍ରଦାନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ମଜଦୂର ସଂଘ

ମହାମାରୀ ସମୟରେ ବିନା କୌଣସି କାରଣ ନାଦର୍ଶାଇ କମ୍ପାନୀ କରୁଛି ଛଟେଇ କାଟୁଛି ଦରମା । ଏଭଳି ଅଭିଯୋଗ ଆଣିଛନ୍ତି ଓଡ଼ାପଡା ବ୍ଲକ କୁସପଙ୍ଗା ସ୍ଥିତ ବିଆରଜି ଆଇରନ ଇ ଷ୍ଟିଲ ମଜଦୂର ସଙ୍ଘର କର୍ମକର୍ତା ।

ଅନ୍ୟପଟେ ବକେୟା ଟଙ୍କା ପ୍ରଦାନ ନକରି ବିନା ନୋଟିସ ରେ କର୍ତ୍ତୃପକ୍ଷ କମ୍ପାନୀକୁ ତାଲା ପକାଇଦେଇଛନ୍ତି । ଗତ ମାର୍ଚ୍ଚ ୬ ତାରିଖ ଦିନ କୌଣସି ନୋଟିସ ନଦେଇ କର୍ତ୍ତୃପକ୍ଷ କାମ ବନ୍ଦ୍ କରିଦେଇଛନ୍ତି । ଏଥିରେ କମ୍ପାନୀରେ କାର୍ଯ୍ୟରତ ୧୫୦୦ ଶ୍ରମିକ ସିଧାସଳଖ ଭାବେ ପ୍ରଭାବିତ ହୋଇଛନ୍ତି ।

ତେଣୁ କମ୍ପାନୀକୁ କାର୍ଯ୍ୟକ୍ଷମ କରାଇବା ସହ ବକେୟା ଟଙ୍କା ପ୍ରଦାନ କରିବାକୁ ସଂଘ ଦାବି କରିଛି । ତେବେ ଏନେଇ ଗତ ୧୩ ତାରିଖ ଦିନ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଏହାର ତୁରନ୍ତ ସମାଧାନ ନକରାଗଲେ ଆତ୍ମାହୁତି ଦେବାକୁ ସଂଘ ର କର୍ମକର୍ତା ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!