News
WhatsApp Image 2023-10-04 at 17.25.00
samparksetu

ଡ୍ରେନ ନିର୍ମାଣ ପାଇଁ ଗାତ ଖୋଳି ଛାଡିଦେଲେ ; ହନ୍ତସନ୍ତ ହେଉଛନ୍ତି ଅଞ୍ଚଳ ବାସୀ

ଡ୍ରେନ କରିବାକୁ ଯାଇ ରାସ୍ତା ପାର୍ଶ୍ଵ ଖୋଳିଦେଲେ କିନ୍ତୁ ବନ୍ଦ ରହିଲା ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ହିନସ୍ଥା ଭୋଗୁଛନ୍ତି । ଘର ସମ୍ମୁଖରେ ଖାଲ ଏବଂ ଖାଲ ରେ ପାଣି ଜମି ମଶାମଛି ବଂସ ବିସ୍ତାର କରିବାକୁ ଲାଗିଲେଣି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗ଼଼ଁଦିଆ ବ୍ଲକ ଅନ୍ତର୍ଗତ ବେଗା ଗ୍ରାମ ରେ । ଗାଁ ରାସ୍ତା ରେ ଡ୍ରେନ କରିବା ପାଇଁ ରାସ୍ତା କଡ଼ରେ ପାଣି ଡ୍ରେନ୍ ଖୋଳା ଯାଇଥିଲେ ମଧ୍ୟ ମାସ ମାସ ଧରି କାର୍ଯ୍ୟ ଅଧାରେ ପଡି ରହିଛି । ଡ୍ରେନ ଗାତ ଓ ନର୍ଦମା ହେତୁ ଲୋକେ ଘରୁ ବାହାରକୁ ବାହାରି ଆସିବାକୁ ରାସ୍ତା ନାହିଁ । ବର୍ଷା ରେ ପାଣି ଜମି ମଶା ମାଛି ଓ ଦୁର୍ଗନ୍ଧ ସୃଷ୍ଟି ହେଉଛି । ଗ୍ରାମର ପ୍ରତିମା ମହାନ୍ତି ନାମକ ଜାଣେ ମହିଳା କିଛିଦିନ ତଳେ ନିଜ ଘରକୁ ଯିବା ବେଳ ଗାତରେ ପଡି ହାତ ଭାଙ୍ଗି ଯାଇଛି ।

ସୂଚନା ଅନୁଯାୟୀ ବେଗା ଗ୍ରାମ ୧ ନଂ ୱାର୍ଡର ରାସ୍ତା ପାର୍ଶ୍ଵରେ ଡ୍ରେନ ନିର୍ମାଣ ପାଇଁ ଆକ୍ସନ ପ୍ଲାନ ଅନୁମୋଦନ ହୋଇଥିଲା । କିନ୍ତୁ ତାହା ପାସ ହେବା ପୂର୍ବରୁ ତରବରିଆ କାମ ଆରମ୍ଭ କରି ଦିଆଯାଇଥିଲା । ଏବଂ ଓସାରିଆ ଗାତ କରି ଦୀର୍ଘଦିନ ହେଲା ଛାଡି ଦିଆଯାଇଛି । ଗ୍ରାମବାସୀ ଏ ନେଇ ସରପଞ୍ଚ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ନେଇ ଙ୍କ କହିବା ଅନୁଯାୟୀ ଯେଉଁ ଆକ୍ସନପ୍ଲାନ ରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ପରେ ପିଇଓ ଆକ୍ସନ ପ୍ଲାନ ଚେଞ୍ଜ କରିବାକୁ କହିବାରୁ କାମ ବନ୍ଦ ରହିଥିଲା ।ପରେ ନୂତନ ଆକ୍ସନ ପ୍ଲାନ ଦାଖଲ କରିଲା ପରେ ତାହା ମଞ୍ଜୁର ହେଲା ନାହିଁ । ବର୍ତ୍ତମାନ ଆମେ ପୁରୁଣା ଆକ୍ସନ ପ୍ଲାନରେ କାମଟି ୨ଦିନ ଭିତରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ ବୋଲି ନିର୍ଣ୍ଣୟ ନେଇଛୁ ।

new life
You might also like
error: Content is protected !!