News
WhatsApp Image 2023-10-04 at 17.25.00
samparksetu

ଗଡ଼ିଲା ବସ୍, ଖୋଲିଲା ରୋଜଗାରର ପନ୍ଥା

ଆଜିଠାରୁ ସାରା ଓଡ଼ିଶାରେ ଗଡ଼ିଲା ବସ୍ । ଘରୋଇ ବସ୍ ମାଲିକ ସଂଘର ଦାବିକୁ ସରକାର ମାନିନେବା ପରେ ତତ୍ପରତା ପ୍ରକାଶ ପାଇଛି । ବସ୍ ଗୁଡ଼ିକୁ ସାନିଟାଇଜ୍ କରିବା ସହଯାତ୍ରୀଙ୍କୁ ନେଇ ଯାଉଛନ୍ତି ବସ୍ କର୍ମଚାରୀ । ସେହିପରି ବସ୍ ମାଲିକ ସଂଘର ଦାବିକୁ ସରକାର ଗ୍ରହଣ କରିଛନ୍ତି । ଦୁଇ ମାସର ରୋଡ ଟିକସ ଛାଡ କରିବାକୁ ସରକାର ଘରୋଇ ବସ ମାଲିକ ସଂଘଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଲୋନ ଡିଫଲଟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ସରକାର ପଦକ୍ଷେପ ନେବେ ।

ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ବସ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହାଛଡା ବସ ମାଲିକମାନଙ୍କୁ ଏକ ଲକ୍ଷ ଟଙ୍କାର ରୁଣ ଦେବା ପାଇଁ ବ୍ୟାଙ୍କକୁ ରାଜ୍ୟ ସରକାର ସୁପାରିଶ କରିବେ ।

କରେନା ମହାମାରୀ ପାଇଁ ଗତ ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଓ ମେ ମାସ ୫ରୁ ରାଜ୍ୟ ଭିତରେ ବସ୍‌ ଚଳାଚଳକୁ ସରକାର ବନ୍ଦ କରିଥିଲେ। ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଚଳିତମାସ ୧ରୁ ରାଜ୍ୟର ୨୦ଟି ଜିଲ୍ଲାରେ ଓ ଏବେ ବଳକା ୧୦ଟି ଜିଲ୍ଲାରେ ବସ୍‌ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି ।

ଅନ୍ୟ ଜିଲ୍ଲା ପରି ଢେଙ୍କାନାଳ ରେ ମଧ୍ୟ ବସ ଚଳାଚଳ ଆରମ୍ଭ ହୋଇଛି, ଯେତିକି ସିଟ ସେତିକି ଲୋକ ମାସ୍କ ପିନ୍ଧିବା ଓ ସାନିଟାଇଜ ଉପରେ ବସ ମାଲିକ ମାନେ ଗୁରୁତ୍ୱ ଦେଇଛନ୍ତି । ହେଲେ ପୁର୍ବ ଭଳି ଏତେମାତ୍ରାରେ ଯାତ୍ରୀ ଦେଖାଯାଉ ନାହାନ୍ତି ।

ଅନ୍ୟପଟେ ବସ୍ ଚଳାଚଳ ଆରମ୍ଭ ହେବାରୁ ଦୀର୍ଘ ମାସହେବ ବନ୍ଦ ଥିବା ଗ୍ୟାରେଜ ଗୁଡିକର ରୋଜଗାର ପନ୍ଥା ମଧ୍ୟ ଖୋଲିଛି ।
କରୋନା ପାଇଁ ଗ୍ୟାରେଜ ବନ୍ଦ୍ ଥିବାରୁ ସେଠାରେ କାମ କରୁଥିବା ମେକାନିକ୍‌ ଓ ଶ୍ରମିକମାନେ ଏପ୍ରିଲରୁ ସେମାନଙ୍କ ଗାଁକୁ ଚାଲିଯାଇଥିଲେ, ହେଲେ ଏବେ ପ୍ରତ୍ୟାବର୍ତ୍ତନ କରିଥିବାର ଦେଖା ଦେଇଛି । ସେହିପରି ଯାତ୍ରୀଙ୍କ ପାଇଁ ଚଣା, କଦଳୀ ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ବ୍ୟବସାୟ ଦୀର୍ଘ ମାସ ହେବ ବନ୍ଦ୍ ହୋଇ ପଡ଼ିଥିବା ବେଳେ ଆଜିଠାରୁ ଖୋଲିଛି ।

new life
You might also like
error: Content is protected !!