News
WhatsApp Image 2023-10-04 at 17.25.00
samparksetu

ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ ନେଇ ଜାତୀୟ ଶିଶୁ ଅଧିକାର ଆୟୋଗ କୁ ଅବଗତ କଲେ ସୁପ୍ରିମକୋର୍ଟ ର ବରିଷ୍ଠ ଓକିଲ ରାଧାକାନ୍ତ ତ୍ରିପାଠୀ

ଢେଙ୍କାନାଳ ପୋୖରପାଳିକା ୩ ନମ୍ବର ୱାର୍ଡ ଅନ୍ତର୍ଗତ ଏକ ଜମି ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଟ ଥିବା ବେଳେ ସେଠାରେ ବେଆଇନ ନିର୍ମାଣ କୁ ନେଇ ଜାତୀୟ ଶିଶୁ ଅଧିକାର ଆୟୋଗ କୁ ଅବଗତ କରିଛନ୍ତି ସୁପ୍ରିମକୋର୍ଟ ର ବରିଷ୍ଠ ଓକିଲ ତଥା ମାନବାଧିକାର ଓ ଶିଶୁ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ।

ଆରଡିସି ଙ୍କ ଦ୍ଵାରା ସଂରକ୍ଷିତ ଓ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପାର୍କ ପାଇଁ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ କୁ ନେଇ ବିଗତ ଦିନ ହେବ ଢେଙ୍କାନାଳ ରେ ଜନ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ମଧ୍ୟ ଜମିଟି ଶିଶୁ ଉଦ୍ୟାନ ପାଇଁ ଉଦ୍ଦିଷ୍ଟ ଥିବା ଏନସିପିସିଆର ଙ୍କ ଆଦେଶ ଥିବା ବେଳେ ଏହାକୁ ବେଖାତିର କରି ରାସ୍ତା ନିର୍ମାଣ ସହ ଜନସ୍ୱାର୍ଥ ଉଦ୍ଦିଷ୍ଟ ଦେଖାଇ ବିଭିନ୍ନ ନିର୍ମାଣ ହୋଇ ଚାଲିଛି, ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ଢେଙ୍କାନାଳ ମୁନିସିପାଲିଟି ପକ୍ଷରୁ ୪୦ ଲକ୍ଷ୍ ଟଙ୍କାର ବ୍ୟୟବରାଦ ଯୋଜନା ଥିଲେ ମଧ୍ୟ ଏହି ସରକାରୀ ଜମି ଉପରେ ଅନୈତିକ ଓ ତରବରିଆ ଭାବେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ନିର୍ମାଣ ହୋଇଥିବା ବେଳେ ବେଆଇନ ରାସ୍ତା ନିର୍ମାଣ ଚାଲିଛି । ତେବେ ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ପରେ ସଂପୃକ୍ତ ଅଞ୍ଚଳକୁ ବିଭିନ୍ନ କର୍ତ୍ତୃପକ୍ଷ ପରିଦର୍ଶନ କରିଥିଲେ ।

ଏପରିକି ଏନସିପିସିଆର ଏବଂ ଏନଏଚଆରସି ରେ ମାମଲା ସଂରକ୍ଷିତ ଥିବା ବେଳେ ତହସିଲଦାର କିପରି ଏଲଆରସି କିପରି ପ୍ରଦାନ କଲେ ଏବଂ ପୌର ଅଧିକାରୀ ପିଏମ ଆବାସ ଏବଂ ରାସ୍ତା ତିଆରି ନିମନ୍ତେ କିପରି ୱାର୍କଅର୍ଡର ଦେଲେ ଏ ନେଇ ପିଟିସନ ରେ ଉଲ୍ଲେଖ କରିବା ସହ ଘଟଣାର ଉଚ୍ଚିତ ତଦନ୍ତ ନିମନ୍ତେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓ ମୋ ସରକାରଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ରାଧାକାନ୍ତ ତ୍ରିପାଠୀ ।

new life
You might also like
error: Content is protected !!