News
WhatsApp Image 2023-10-04 at 17.25.00
samparksetu

ସମସ୍ୟା ସମାଧାନ ପାଇଁ ବିଡିଓ ଙ୍କୁ ଘେରିଲା ଆପ୍

ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକରେ ସାଧାରଣ ଲୋକଙ୍କର ମୌଳିକ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ବ୍ଲକ କର୍ମକର୍ତ୍ତା ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ l

ପ୍ରକାଶ ଥାଉକି ୭୪ ବର୍ଷ ପରେ ମଧ୍ୟ କୋତ୍ତମ ପଞ୍ଚାୟତର ଖଇରା ସାହି ଗ୍ରାମକୁ ପକ୍କା ରାସ୍ତାଟିଏ ନାହିଁ, ପିଇବାକୁ ପାଣିର ସୁବିଧା ନାହିଁ, ପିଲାଙ୍କ ପାଇଁ ଅଙ୍ଗନବାଡି ଟିଏ ନାହିଁ, କଳାଙ୍ଗ ପଞ୍ଚାୟତରେ ଏନ ଆର ଇ ଜି ଏସ ଏବଂ ମୃର୍ତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟ କରିଥିବା ଲୋକଙ୍କୁ ପାଉଣା ନମିଳିବା, ଦଶ ବର୍ଷର ବିଧବା ସାବି ଦେହୁରୀଙ୍କୁ ଭତ୍ତା, ଆଧାର ଲିଙ୍କ ଥିଲେ ମଧ୍ୟ କିଛି ଲୋକଙ୍କୁ ରାସନ ନମିଳିବା, ଘଟିପିର ପଞ୍ଚାୟତର କିଛି ଲୋକଙ୍କୁ ଆବାସ ଯୋଜନା ନମିଳିବା, ସେହିପରି ବଳରାମପୁର, ବିଡୋ, ବାଙ୍ଗୁରସିଂ, ଗୁଣ୍ଡିଚାପଡା, ସିମିନଇ ପ୍ରଭୃତି ପଞ୍ଚାୟତର ଲୋକମାନେ ନିଜ ନିଜର ସମସ୍ୟା ଜଣାଇଥିଲେ l

ବ୍ଲକ କାର୍ଯ୍ୟାଳୟ ଠାରୁ ଚାରୋଟି ପଞ୍ଚାୟତର ଦୂରତା ପ୍ରାୟ ୬0 କିମି ହେଉଥିବାରୁ ଏବଂ ସେ ପର୍ଯ୍ୟନ୍ତ ସିଧା ସଳଖ ବସ ଯାତାୟାତ ସୁବିଧା ନଥିବାରୁ ସାଧାରଣ ଲୋକମାନେ ନିଜର ସମସ୍ୟା ଜଣାଇବାପାଇଁ ଅସମର୍ଥ l ଏସବୁ ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦାଶରଥି ଜେନା ଆଶ୍ୱାସନା ଦେଇଛନ୍ତି l

ଆପ୍ ର ବ୍ଲକ ଆବାହକ ରମେଶ ଚନ୍ଦ୍ର ପଣ୍ଡା, ସଦସ୍ୟ ହେମନ୍ତ ଧଳ, ସନାତନ ନାଏକ, ଗୋବିନ୍ଦ ନାଏକ, ପ୍ରଭାତ ମହାପାତ୍ର, ଜୟନ୍ତ ଧଳ, ଲାଲା ବିଶ୍ୱନାଥ ସିଂ, ସୌଦାମିନୀ ଦେହୁରୀ ପ୍ରମୁଖ ଲୋକମାନଙ୍କର ବିଭିନ୍ନ ବିଷୟରେ ଦରଖାସ୍ତ ଲେଖିବା ସହିତ ସମସ୍ୟାର ଆସୁ ସମାଧାନ ପାଇଁ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ନାଏକ, ନରେଶ ନାଏକ, ଅଭିମନ୍ୟୁ ନାଏକ ପ୍ରମୁଖ ଦଶରୁ ଉର୍ଦ୍ଧ କର୍ମୀ ଯୋଗଦେଇ ସହଯୋଗ କରିଥିଲେ l

new life
You might also like
error: Content is protected !!