News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟ ଲାଳସା ରେ ଗ୍ରାହକ ଆଖିରେ ଧୂଳି, ଦୂଷିତ ପାଣି ଭିତରେ ଛତୁ ବସ୍ତା

ଛତୁ ଖାଇବାକୁ କାହାକୁ ନ ଭଲଲାଗେ ବିଶେଷ କରି ଆମିଷ ଖାଉନଥିବା ବ୍ୟକ୍ତି ଙ୍କ ପାଇଁ ଛତୁ ହେଉଛି ପ୍ରଧାନଖାଦ୍ୟ । ତେବେ ଆଗରୁ ଘଡଘଡି ମାରିଲେ ଛତୁ ତୋଳିବାକୁ ଲୋକେ ଯାଉଥିବା ବେଳେ, ଲୋକଙ୍କ ଚାହିଦା ଦେଖି ଏବେ ବାରମାସି ଛତୁ ଚାଷ ଆରମ୍ଭ ହୋଇଗଲାଣି । ବିନା ପାଣିମିସା ତଥା ସଜ ଛତୁର ଚାହିଦା ଅଧିକ ମାତ୍ରାରେ ରହିଥାଏ । ହେଲେ ଏଭଳି ଲୋକପ୍ରିୟ ବ୍ୟବସାୟ କୁ କିଛି କୁଚକ୍ରି ବ୍ୟବସାୟୀ ଅଧିକ ଲାଭ ଆଶାରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବାର ଦେଖା ଦେଇଛି ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଉପକଣ୍ଠ ରେ ବହୁ ପରିମାଣର ଛତୁ ଚାଷ ହୋଇଥାଏ । ଅନୁଗୁଳ ବଜାର ନିକଟରେ ହୋଇଥିବାରୁ ଭଲ ବ୍ୟବସାୟ ମଧ୍ୟ ହୋଇଥାଏ । ହେଲେ କମ ସମୟରେ ଅଧିକ ଲାଭ ଆଶାରେ କିଛି ବ୍ୟବସାୟୀ ନିକଟସ୍ତ ବାଉଁଶପୋଖରୀ ଡ୍ୟାମ ରେ ଛତୁ ବସ୍ତା ଗୁଡିକ ଭସାଇ ଦେଇଥାନ୍ତି ।

ସମ୍ପୃକ୍ତ ଡ୍ୟାମ ପାଣିରେ ପ୍ରତ୍ୟେକ ଦିନ ବହୁ ଗାଈ ଗୋରୁ ଗାଧୋଇ ଥାଆନ୍ତି ତଥା ନିକଟସ୍ଥ ଗ୍ରାମବାସୀ ଶୌଚ ହେବାକୁ ଯାଇଥାନ୍ତି । ସେହି ପାଣିରେ କିଛି ବ୍ୟବସାୟୀ ଛତୁ ବସ୍ତା ଗୁଡିକ ଅଧିକ ଓଜନ ବଢାଇବାକୁ ଭସାଇ ଦେଇଥାନ୍ତି । ତେବେ ଏନେଇ ଖବର ପାଇ କିଛି ସଚେତନ ନାଗରିକ କିଛି ଛତୁ ବ୍ୟବସାୟୀଙ୍କୁ ଧରି ତାଗିଦ କରିଥିଲେ ।

ଅନ୍ୟପଟେ ବ୍ୟବସାୟ ଲାଳସାରେ ସାଧାରଣ ବ୍ୟକ୍ତିଙ୍କ ଜୀବନ ସହ ଖେଳିବା କେତେଦୂର ଠିକ, ଏନେଇ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର କରିବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଦାବି ଉଠିଛି ।

new life
You might also like
error: Content is protected !!