News
WhatsApp Image 2023-10-04 at 17.25.00
samparksetu

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ, ଶ୍ରେଣୀଗୃହରେ ପଢିଲେ ଛାତ୍ରଛାତ୍ରୀ

ଦୀର୍ଘଦିନ ପରେ ବାଜିଲା ଘଣ୍ଟି ଛାତ୍ରଛାତ୍ରୀ ଙ୍କ ପାଇଁ ଖୋଲିଲା ସ୍କୁଲ ।  କରୋନା କଟକଣା ଭିତରେ ଆଜିଠାରୁ ଖୋଲିଚି ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହରେ  ପାଠପଢା ଆରମ୍ଭ କରିଛନ୍ତି । ସରକାର ଜାରି କରିଥିବା ଏସଓପି ଅନୁଯାୟୀ ଖୋଲିଛି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ  ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି, ସୁରକ୍ଷା ଦୃଷ୍ଟିରୁ ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ସକାଳ ୧୦ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା ହୋଇଛି । ଏହା ପୂର୍ବରୁ ଅଭିଭାବକ ମାନଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ, ଯେଉଁମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପଠାଇବେ ସେମାନଙ୍କୁ ଏକ ସ୍ୱୀକୃତି ପତ୍ର ଦେବାକୁ କୁହାଯାଇଥିଲା । ଯଦି ସବୁ କିଛି ଠିକଠାକ୍ ଚାଲେ ତେବେ ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଯୋଜନା କରୁଛି ଗଣଶିକ୍ଷା ବିଭାଗ ।

ଅନ୍ୟ ଜିଲ୍ଲା ପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କରୋନା କଟକଣା ଭିତରେ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି । ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ବସାଇ ପାଠପଢା ଯାଇଛି । ଦୀର୍ଘଦିନ ପରେ ସ୍କୁଲ ଆସି ଛାତ୍ରଛାତ୍ରୀ ମାନେ ସ୍କୁଲ ଆସି ଖୁସି ଜାହିର କରିଛନ୍ତି, ବହୁଦିନର ପୁରୁଣା ସାଙ୍ଗଙ୍କୁ ସ୍କୁଲ ରେ ଭେଟି ପୁରୁଣା ସ୍ମୃତି ମନେପକାଇଛନ୍ତି ।

ସ୍କୁଲ ସାନିଟାଇଜ ହୋଇଛି, ଥର୍ମାଲ ଚେକ କରାଯାଇଛି, ସାନିଟାଇଜର ଦିଆଯାଇଛି, ସାମାଜିକ ଦୂରତା ମଧ୍ୟ କର୍ତ୍ତୃପକ୍ଷ ପାଳନ କରାଉଛନ୍ତି, ଛାତ୍ରଛାତ୍ରୀ ମାନେ ମାସ୍କ ମଧ୍ୟ ପିନ୍ଧୁଛନ୍ତି ତେଣୁ ନିଜକୁ ସୁରକ୍ଷିତ ମନେ କରୁଛନ୍ତି ବୋଲି କିଛି ଛାତ୍ରଛାତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ବିଦ୍ୟାଳୟ ଆସିନଥିବା କିଛି ଛାତ୍ରଛାତ୍ରୀ ଙ୍କ ପାଇଁ ଅନଲାଇନ ପାଠ୍ୟକ୍ରମ ରଖାଯାଇଥିବାର ସୂଚନା ମିଳିଛି ।

new life
You might also like
error: Content is protected !!