News
WhatsApp Image 2023-10-04 at 17.25.00
samparksetu

ଦେଢ଼ ବର୍ଷ ହେବ ଶଯ୍ୟାଶାୟୀ ବାବୁଲି !

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ କାଳିଆହତା ଗ୍ରାମର ଦଣ୍ଡଧର ପ୍ରଧାନଙ୍କ ପୁଅ ବାବୁଲି ପ୍ରଧାନ, ବୟସ ମାତ୍ର ୧୭ ବର୍ଷ ,ସାଙ୍ଗପିଲା ମାନଙ୍କ ସହିତ ଖେଳୁ ଥିବା ସମୟରେ ଖସିପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଡାକ୍ତରଖାନାରେ ଜଣାପଡିଲା ମେରୁଦଣ୍ଡର ହାଡ ଟି ଭାଙ୍ଗି ଯାଇଛି। ସେହି ଦିନ ଠାରୁ ସେ ସର୍ବଦା ଶଯ୍ୟାରେ ପଡ଼ି ରହିଛନ୍ତି। ଏ ଭିତରେ ଦେଢ଼ ବର୍ଷ ହେଲାଣି ଟଙ୍କା ଅଭାବରୁ ଆଉ ଚିକିତ୍ସା ପାଇ ପାରୁ ନାହାଁନ୍ତି।

ଚଳପ୍ରଚଳ କରି ପାରୁ ନ ଥିବା କାରଣରୁ ତାଙ୍କୁ ୮୦% ଭିନ୍ନକ୍ଷମ ବୋଲି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରମାଣ ପତ୍ର ରହିଅଛି। ସବୁ ଯୋଜନା ଥାଇ ମଧ୍ୟ କୌଣସି ସୂତ୍ରରୁ ସରକାରୀ ସହାୟତା ପାଇ ପାରୁ ନାହାଁନ୍ତି।

ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ସେ ଆମ ସହ ଯୋଗାଯୋଗ କରିବା ପରେ ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲୁ। ବାବୁଲାଙ୍କ ଦିବ୍ଯାଙ୍ଗ ଭତ୍ତା ଅନୁମୋଦନ ପାଇଁ ବିଡିଓଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।
ଏବଂ ତାଙ୍କ ଚିକିତ୍ସା ପାଇଁ ଖୁବଶୀଘ୍ର ସହାୟତା କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।କୌଣସି ସହୃଦୟ ବ୍ୟକ୍ତି ଯଦି ସହାୟତା କରିବା ପାଇଁ ଇଛୁକ ଆମ ସହ ଯୋଗାଯୋଗ କରନ୍ତୁ।

new life
You might also like
error: Content is protected !!