News
WhatsApp Image 2023-10-04 at 17.25.00
samparksetu

ମିଶନ ଶକ୍ତି ଶୌଚାଳୟ ହଡପ !

ଢେଙ୍କାନାଳ ବସଦର ବ୍ଲକ ଅନ୍ତର୍ଗତ ମାଣିପୁର ଦୁଇ ନମ୍ବର ୱାର୍ଡ ହରିଜନ ସାହିରେ ମିଶନ ଶକ୍ତି ଶୌଚାଳୟକୁ ହରିଜନ ସାହିରେ ନକରି ସବର୍ଣ୍ଣ ସାହିରେ କରାଯାଇଥିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।

ଏହି ଶୌଚାଳୟ ସବର୍ଣ୍ଣ ସାହିରେ ନିର୍ମାଣ କରି ହରିଜନ ସାହିରେ ହୋଇଥିବାର ଦର୍ଶା ଯାଇଛି।ସେହିପରି ହରିଜନ ଓ ଆଦିବାସୀ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳୁ ନଥିବା ବେଳେ ଧନୀ ଲୋକଙ୍କୁ ମିଳୁଛି।ଘର ପାଇଁ ଧନୀ ଲୋକ ମାନେ ଚାଳ ଘର ସମ୍ମୁଖରେ ଛିଡା ହୋଇ ଫୋଟ ଉଠାଇ ଦିଆ ଯାଉଛି। ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ୱାର୍ଡର ଗୌରହରି ନାଏକ,ନିତ୍ୟାନନ୍ଦ ନାଏକ,ଦିଗମ୍ବର ନାଏକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

new life
You might also like
error: Content is protected !!