News
WhatsApp Image 2023-10-04 at 17.25.00
samparksetu

” ପ୍ରାୟଶ୍ଚିତ “

ପ୍ରାୟଶ୍ଚିତ ର ଅଗ୍ନିର ଜ୍ୱାଳାରେ
ଉତ୍ତାପରେ ସିଜି ଯାଏ
ପ୍ରେମିକାର ହୃଦୟରେ
ତଥାବି ପ୍ରାୟଶ୍ଚିତ ଖୋଜେ ତା ପ୍ରେମରେ ||

ଖାଲି ଅନୁତାପ, ଅବସାଦ ଆଉ ଅବଶୋଷ
ବିଦଗ୍ଧ କ୍ଷତାକ୍ତ ହୋଇ ଉଠେ
ମନ ଆଉ ଅଷ୍ଟାଙ୍ଗ ଶରୀର ର ସବୁ ଶୋଷ ||

ଜିଜ୍ଞାସା ଜ୍ୱାଳାରେ
ମନ ଥାଏ ସ୍ବପ୍ନ ସ୍ମଶାନରେ ,
ଅଶ୍ରୁ ସବୁ ଚାପି ରଖିଦିଏ ଆଖିର ପତାରେ
ଆଉ ପ୍ରତିଶୃତି ପ୍ରାୟଶ୍ଚିତ ଅପେକ୍ଷାରେ ||

ବତାସ ଯେ ସାଜେ ହାତସ ମନେ
ପ୍ରଳୟ ବି ଭାଙ୍ଗେ ଯୌବନେ
କମ୍ପନ କରେ ଧିର ସ୍ପନ୍ଦନେ
ବଢି ଭାଙ୍ଗିଯାଏ ଆଖି କ୍ରନ୍ଦନେ ||

ବିଶ୍ୱାସ ର ବାକ୍ୟ ଜାଣିଗଲା ପରେ
ଅନୁତାପ କରେ ପ୍ରତି ମୁହୂର୍ତ୍ତରେ
ସବୁ ଭୁଲ ଜାଣିଶୁଣି ବୁଝିଗଲା ପରେ
ମୂଲ୍ୟ ନାହିଁ କିଛି ଏ ପ୍ରାୟଶ୍ଚିତ ରେ ||

✍️କାଦମ୍ବରୀ  ମହାଖୁଡ଼

new life
You might also like
error: Content is protected !!