News
WhatsApp Image 2023-10-04 at 17.25.00
samparksetu

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପରମହଂସପୁର ଛକ ନିକଟରେ ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ କନ୍ଦରସିଂହା ଗ୍ରାମର ବାନାମ୍ବର ବିଶ୍ଵାଳ (୫୧) ।

ସୂଚନା ଅନୁଯାୟୀ ,ପରମହଂସପୁର ର ଏକ ହୋଟେଲ ରେ କାର୍ଯ୍ୟରତ ଥିଲେ । ସେ ଆଜି ଦିନ ୧୨ ଟାରେ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ । ତାଙ୍କୁ ହୋଟେଲ ମାଲିକ ଏବଂ କର୍ମଚାରୀ ଖୋଜାଖୋଜି କରିବାରୁ ତାଙ୍କ ଚପଲ ଏବଂ ସାଇକେଲ ପୋଖରୀ ହୁଡାରେ ପାଇ ପୋଖରୀ ଭିତରେ ଖୋଜିବାରୁ ତାଙ୍କ ମୃତ ଦେହ ମିଳିଥିଲା । ପରେ ପରଜଙ୍ଗ ପୋଲିସ୍ ପହଁଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

new life
You might also like
error: Content is protected !!