News
WhatsApp Image 2023-10-04 at 17.25.00
samparksetu

ସୂର୍ଯ୍ୟଙ୍କ ପ୍ରଥମ ସୁନେଲି କିରଣ

ସୂର୍ଯ୍ୟଙ୍କ ପ୍ରଥମ ସୁନେଲି କିରଣ
ଧରାକୁ ଯେ ଛୁଇଁ ଗଲା
ଘାସ ଗାଲିଚାରେ ବରଷାର ଟୋପା
ମୋତି ପରି ଦେଖାଗଲା ।
ବାଛୁରୀଟି ଭଲ ଡିଆଁ ମାରୁ ଅଛି
ଲାଙ୍ଗୁଡ ଦେଇଛି ଟେକି
ହମ୍ବା ରଡି କରି ଧାଇଁ ଆସୁଥାଏ
ତା ମାଆ ଦିଅଇ ଚାଟି ।
ଆମ୍ବ ଗଛ ଡାଳେ ହନୁ ମାଙ୍କଡ଼ଟି
ମାରୁଅଛି ଭଲ ଡିଆଁ
ଥଣ୍ଟେ ରୁଟି ଧରି ଚାଳ ପରେ ବସି
କାଉ କରୁଅଛି କାଆ ।
ହେଇଛି ପ୍ରଭାତ ସମସ୍ତେ ଜାଗ୍ରତ
କର୍ମର ସୋପାନ ଇଏ
ଏ ଶୁଭ ସକାଳ ସମସ୍ତଙ୍କ ପାଇଁ
ଖୁସିର ଝଲକ ଦିଏ ।
ପକ୍ଷୀମାନେ ପୁଣି ଖାଦ୍ୟ ଅନ୍ୱେଷଣେ
ଉଡି ଯା’ନ୍ତି ବହୁ ଦୂର
ମନରେ ଯେ ଭକ୍ତି ଆଣେ କେତେ ଶାନ୍ତି
ଖୁସିରେ ସବୁ ଅଧିର ।
କହେ ବନ୍ଧୁ ସୁ ପ୍ରଭାତ
ହୁଅ ସର୍ବେ କର୍ମେ ରତ
ତୁମ ଚଲାପଥ କୁସୁମିତ ହେଉ
ସାହା ମାଆ ଜଗନ୍ନାଥ ।

✍️ ଲତା ବେହେରା

new life
You might also like
error: Content is protected !!