News
WhatsApp Image 2023-10-04 at 17.25.00
samparksetu

କପିଳାସ ଉଚ୍ଚମାଧ୍ୟମିକ କଲେଜ ରେ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ

ଆଜି କପିଳାସ ଉଚ୍ଚମାଧ୍ୟମିକ କଲେଜ ର ଚତୁର୍ଥଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା ଙ୍କ ଅବସର କାଳୀନ ବିଦାୟ ସଭା କଲେଜର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

୧୯୮୮ମସିହାରୁ କଲେଜ ରେ ଯୋଗଦେଇଥିବା ମନୋଜ କଲେଜର ସମସ୍ତ ସୁଖ,ଦୁଃଖ ,ହସଖୁସିରେ ଓତଃପ୍ରୋତ ଭାବେ ଜଡ଼ିତ ଥାଇ ନିଜର ଚାକିରୀ ଜୀବନ କୁ ସୁଚାରୁରୂପେ ପାଳନ କରି ସମସ୍ତଙ୍କ ହୃଦୟ ଜିଣିବାରେ ସମର୍ଥ ହୋଇଥିଲେ ବୋଲି ଆଜିର ଭାବ ବିହ୍ଵଳ ସଭାରୁ ହ୍ରୁଦବୋଧ ହୋଇଥିଲା।

ତିରିଶ ବର୍ଷ କାଳ ସେବା କରିସାରିବା ପରେ ରିକ୍ତ ହସ୍ତରେ ଫେରିବା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ଭାବେ ମତପ୍ରକାଶ ପାଇଥିଲା।ସଂଘର ସଭାପତି ଭାବେ ଏହା ମୋ ପାଇଁ ଏକ ପରାଜୟ ବୋଲି ଆଜି ମୁଁ ହ୍ରୁଦବୋଧ କରିଲି। ନାହିଁ ନାହିଁ ରୁ ଆମ ସମସ୍ତଙ୍କୁ ପରିଚୟ ଦେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଅବସରକାଳୀନ ସୁବିଧା ଓ ପେନସନ ପାଇଁ ସମସ୍ତେ ନିବେଦନ କରିଛନ୍ତି।

କଲେଜ ତରଫରୁ ଅବସର କାଳୀନ ବିଧିଅନୁଯାୟୀ ମନୋଜଙ୍କୁ ଜୋତା,ଛତା, ଟର୍ଚ୍ଚ,ପେଣ୍ଟ ଶିର୍ଟ,ଟ୍ରଲି ବ୍ୟାଗ,ଟେବୁଲ ଫ୍ୟାନ,ମାନପତ୍ର ଓ ଉତରୀୟ ଦେଇ ତାଙ୍କର ପରବର୍ତ୍ତୀ ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲୁ।

new life
You might also like
error: Content is protected !!