News
WhatsApp Image 2023-10-04 at 17.25.00
samparksetu

ଦରଖାସ୍ତ

ସମୟ ବଦଳି ଗଲାଣି
ମଣିଷ, ପାଣି, ପବନ
ହଜିଗଲାଣି ମଣିଷପଣିଆ
ମାନବିକତା….

ଆଜି ଯେ ରାଜେନ୍ଦ୍ରାସନେ
କାଲି ସେ ଫକୀର
ଏକଥାକୁ ଭୁଲି ଜନେ
କ୍ଷମତାର କରନ୍ତି
ଅପବ୍ୟବହାର…

ଯଦି ଆପଣାର ଭାବି
ଦୁଃଖ ଜଣାଅ ସେ ହିଁ
ତୁମକୁ କରିବ ବ୍ୟବହାର….
ହେ ଈଶ୍ୱର, ପଚାରେ
ତୁମକୁ ଏ କେମିତିକା
ବିଚାର ତୁମର.. ?
ଯିଏ କେବେ କାହାର
ଅନିଷ୍ଟ କରିନି, ତାକୁ ହିଁ
କୁଠାରଘାତ କରୁ କାହିଁକି..?

ତୋ କୁଠାରଘାତରେ
ମୋ ଦେହ ସାରା ଦାଗ –
ଦୁଃଖ ର, ଅଭାବ ର, ଅପମାନ ର, ଅସହାୟତା ର..
ଆଉ ସବୁଠୁ ବଡ଼
ହାରିଯିବାର ଦାଗ.
ତୋ ଦରବାରରେ ଏତେ
ଅନ୍ୟାୟ ଅବିଚାର କାହାକୁ
ଦେବି ” ଦରଖାସ୍ତ “ମୋର !!!

✍️ ଏଲୀ ଦାସ ଢେଙ୍କାନାଳ

new life
You might also like
error: Content is protected !!