News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ !

ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ରଙ୍ଗଥଳୀ ନିକଟରେ ସଡ଼କ ଦୁର୍ଘଟଣାରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଘାଗରାମୁଣ୍ଡା ପଞ୍ଚାୟତ ଖଇରିମୁଣ୍ଡା ର ଟିକୁ କବାଟ।

ସୂଚନା ଅନୁଯାୟୀ , ଟିକୁ ତାଙ୍କ ଭିଣୋଇ ଘରକୁ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ଘଟାଇ ଟ୍ରକ ଫେରାର ହୋଇଯାଇଛି।ଘଟଣା ଟି ସନ୍ଧ୍ୟା ସାତଟା ପାଖାପାଖି ଘଟିଥିବା ବେଳେ ଘଟଣାସ୍ଥଳରେ ଶବ ପଡି ରହିଥିଲା । ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଦୁର୍ଘଟଣାଗ୍ରସ୍ତ ଗାଡି ଟି ତାଙ୍କ ଭିଣୋଇଙ୍କର ବୋଲି ଜଣାପଡିଛି।

new life
You might also like
error: Content is protected !!