News
WhatsApp Image 2023-10-04 at 17.25.00
samparksetu

ନିଃସ୍ଵାର୍ଥପରତା


    
  କେତେଦିଅଁ ଦୁବ      କରିକି  ପାଇଛି
       ପୁଅପରା  ଧନମାଳିକୁ !
  ନିନ୍ଦା ଅପନିନ୍ଦା       ବିରହ  ବେଦନା
       ସହିଯାଇଛି  ସେ ସବୁକୁ !!
ଅନାହାରେ କେବେ    ନରହିବା  ପାଇଁ
         ରୀତିମତ  କରି ଲଢେଇ !
କେତେ ଦାଉଧକା     ଆପଣେଇ  ନେଇ
        ହସିହସି  ବଞ୍ଚିଶିଖାଇ !!
ସାଜି ସେ ବଇଦ      ଚାହିଁ ବସିଥାଏ
      ଯେବେ ହୁଏ ଦେହ ଖରାପ !
ସେନେହ  ହାତଟା     ବାରିହୋଇପଡ଼େ
        ଉଜାଗରେ  ଜାଳି ପ୍ରଦୀପ !!
ସାଇ ପଡିଶାରେ         କଳି କରିଥାଏ
         ଯିଏ ଆଙ୍ଗୁଳି ଦେଖାଏ !
ଭଲ  ମଣିଷଟେ      ହବାକୁ  ସଂସାରେ
           କଣ୍ଟାଶୂନ୍ୟ ପଥେ  ଚଲାଏ !!
ଦିନ  ବଦଳିଛି        ଋତୁ  ବଦଳିଛି
       ବଦଳିଛି  ରୂପ  ବୟସ !
ମମତା ଭରାସେ      ଅସନା ହାତଟା
        ଚାହୁଁ ଅଛି  ଟିକେ ପରଶ !!
ଭଡାଘରେ  ରୁହ     କେତେଆରାମରେ
         ରାଜଧାନୀ    ସହରରେ !
ନିଜପରିବାରେ      ଆନନ୍ଦେ ବିତାଅ
       ବୃଦ୍ଧା ମା   ହତାଦରେ !!
ନିଃସ୍ୱାର୍ଥପରତା       ସେବା ଦେଇ
  ସିଏ ବାହୁନି ବାହୁନି କାନ୍ଦେ!
କେମିତି ଭୂଲିଲ    ଅତି ଆପଣାର
    ଜନନୀ  ଧାତ୍ରୀକୁ   ଅନ୍ଧେ !!

    
✍️ସୂର୍ଯ୍ୟ  ନାୟକ

new life
You might also like
error: Content is protected !!