News
WhatsApp Image 2023-10-04 at 17.25.00
samparksetu

ମାଟି ମାଆ ଆଗରେ ଫିକା ପଡିଲା ପ୍ରେମ, ବିବାହ ୨ ମାସ ପୁରିଥିଲେ ମଧ୍ୟ ଘର ବାହୁଡି ଗଲା କନ୍ୟା

କୁହନ୍ତି ପ୍ରେମ ମାନେନି ବୟସ , ଜାତି କିମ୍ବା ଧର୍ମ ସାତ ଦରିଆପାରି ସାଥୀ ଟିର ହାତ ଧରି ଛାଡି ଯାଇଥାଏ ପ୍ରେମିକା ଭୁଲିଜାଇଥାଏ ଏରୁଡ଼ିବନ୍ଧ । ହେଲେ ପ୍ରଥମ ଥର ଏଭଳି ଏକ ଘଟଣା ର ବିପରୀତ ଘଟଣା ଦେଖିବାକୁ ମିଳିଛି । ଓଡ଼ିଆ ଯୁବକଙ୍କୁ ପ୍ରେମ ବିବାହ କଲେ ତାମିଲ କନ୍ୟା ହେଲେ ମନ ରହିଲାନି ଓଡ଼ିଶାରେ ଘର ବାହୁଡ଼ି ଗଲା ଝିଅ ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମ ର କାଳନ୍ଦୀ ମଲ୍ଲିକଙ୍କ ଏକ ମାତ୍ର ପୁଅ କାଠିଆ ମଲ୍ଲିକ (୨୨) ତାମିଲନାଡୁ ର ମାଲୁଣ୍ଡା ରେ ଥିବା ଏକ କମ୍ପାନୀ ରେ କାମ କରୁଥିଲେ । ସେଠାରେ ବିଜୟୱାଡା ଅଞ୍ଚଳର ରମିୟା ନାମକ ଜଣେ ଯୁବତୀ ମଧ୍ୟ କାମ କରୁଥିଲେ ।

ଏକାଠି କାମ କରୁକରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ଗଢ଼ି ଉଠିଥିଲା । ମନସ୍ତ କଲେ ଏକାଠି ରହିବେ ଦୁହେଁ ଚାଲି ଆସିଲେ ଓଡ଼ିଶା । ମନ୍ଦିରରେ ରୀତିନୀତି ଅନୁଯାୟୀ ବିବାହ ମଧ୍ୟ କଲେ । ହସଖୁସିରେ ଚାଲିଥାଏ ସଂସାର । କାଠିଆ ରମିୟାର ଭାଷା ବୁଝି ପରିଥିବା ବେଳେ ତା ପରିବାର ଲୋକେ ଜାଣିପାରୁନଥିଲେ । ବିଲ କୁ କାଠିଆ କାମ କରି ଗଲାବେଳେ ମନ ମାରି ବସୁଥାଏ ରମିୟା, ଶେଷରେ ମନସ୍ତ କଲା ଫେରିଯିବାକୁ ।

ନିଜ ଭେଣେଇ ଙ୍କୁ ଏନେଇ ସୂଚନା ଦେବା ପରେ ଚେନ୍ନାଇ ପୋଲିସ୍ ଧରି ଭୁବନରେ ପହଁଚିଥିଲେ ସିଏ । ପରେ କାଠିଆ ମଧ୍ୟ ଥାନାକୁ ଆସିଥିଲା ପୋଲିସ୍ ଆଗରେ ନିଜ ଘରକୁ ପୁଣି ଫେରିଯିବ ଵୋଲି କହିଥିଲା ରମିୟା, ଏବଂ ଶେଷରେ ଫେରିଗଲା ସିଏ ।

new life
You might also like
error: Content is protected !!