News
WhatsApp Image 2023-10-04 at 17.25.00
samparksetu

ଅଭାବି ବର୍ଷା ପରେ ଦାଉ ସାଜିଲା ଶୁଖିଲା କେନାଲ

ଶ୍ରାବଣ ମାସରେ ବର୍ଷା ଲୁଚକାଳି ଖେଳୁଛି। ଅଭାବି ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ଉପୁଜିଅଛି। ଅନେକ ତଳିବିଲରେ ଧାନତଳି ପାଚିଗଲାଣି ତ ବୁଣା ବିଲରେ ପାଣି ଅଭାବ ଯୋଗୁଁ ବିହୁଡା ବେଉଷଣ ହୋଇ ପାରି ନାହିଁ। କାମାକ୍ଷାନଗର ବ୍ଲକର ପାରିମାଳ ଅଞ୍ଚଳର କୋଟଗରା, କନ୍ତିଓପୁଟସାହି, କନ୍ତିଓକାଟେଣି, ତୁମୁଁସିଙ୍ଗା, କଣ୍ଟାପାଳ ପ୍ରଭୃତି ପଞ୍ଚାୟତର ପନ୍ଦରଟି ଗାଁ ର ଚାଷୀ ଏବେ ରେଙ୍ଗାଳି କେନାଲ ଉପରେ ନିର୍ଭର କରି କିଛି କିଛି ଚାଷକାର୍ଯ୍ୟ କରୁଛନ୍ତି। ବର୍ଷା ଅଭାବ ଯୋଗୁଁ ଶହ ଶହ ଚାଷୀ ପ୍ରଭାବିତ ହୋଇଛନ୍ତି। ତେବେ ରେଙ୍ଗାଳି କେନାଲରେ ଆସୁଥିବା ପାଣି ଏ ଅଞ୍ଚଳର ଅଭାବକୁ ମେଣ୍ଟାଇ ପାରୁ ନାହିଁ। ଖାଲ ଜମିରେ ଯାହା କିଛି ପାଣି ମାଡୁଥିବା ବେଳେ ଢିପ ଜମିରେ ଏବେ ଗୋରୁ ଚରିଲେଣି। ଯେଉଁ ସମୟରେ ଚାଷ ରୁଆ, ବିହୁଡା ବେଉଷଣ ଯୋର ହେବା କଥା ପାଣି ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

କନ୍ତିଓପୁଟସାହି ପଞ୍ଚାୟତର ଜକା ଗାଁ ର ଚାଷୀ ଇନ୍ଦ୍ରଜିତ କେନାଲ ଉପରେ ନିର୍ଭର କରିଥାନ୍ତି ବର୍ଷା ଅଭାବରୁ କେନାଲ ଶୁଖିଲା। ସେହିପରି କନ୍ତିଓପୁଟସାହି ଗାଁ ର ଚାଷଜମିକୁ ପାଣି ଯୋଗାଉଥିବା ୧୮ ଓ ୧୯ ନମ୍ବର ମାଇନର କେନାଲ ଏବେ ଶୁଖିଲା ପଡ଼ିଛି। ଯେଉଁ କାରଣ ପାଇଁ ପାଖାପାଖି ୪୦୦ ଏକର ଜମି ପଡ଼ିଆ ପଡିଛି। ପାଣି ଅଭାବରୁ ଏହି ଗାଁ ର ଧ୍ରୂବ ଚରଣ ରାଉତଙ୍କ ୫ ଏକର, ଅନ୍ତର୍ଯ୍ୟାମୀ ବେହେରାଙ୍କ ୪ ଏକର, ପ୍ରମୋଦ କୁମାର ସାହୁଙ୍କ ୩.୫ ଏକର, ପ୍ରଦୀପ୍ତ କୁମାର ସାହୁଙ୍କ ୭ ଏକର, ପ୍ରସାଦ କୁମାର ସାହୁଙ୍କ ୫ ଏକର, ପ୍ରଫୁଲ୍ଲ କୁମାର ସାହୁଙ୍କ ୪.୫ ଏକର, ଶ୍ୟାମ ସୁନ୍ଦର ବିଶ୍ବାଳଙ୍କ ୫ ଏକର, ପ୍ରଶାନ୍ତ କୁମାର ନାୟକଙ୍କ ୫ ଏକର, ରାଜକିଶୋର ନାୟକ ୪.୫ ଏକର ଜମି ପଡ଼ିଆ ପଡିଛି।

ତୁମୁଁସିଙ୍ଗା ପଞ୍ଚାୟତର ଧୋବାବାହାଳିର ସମ୍ପୂର୍ଣ୍ଣ ଜମି, ଶ୍ରୀମୂଳା ଗାଁ ର ଅର୍ଦ୍ଧାଧିକ ଜମି ଏବେ ପଡିଆ ପଡିଛି। ଧୋବାବାହାଳି ଗାଁ ର ଚାଷୀ ମୁଖ୍ୟତଃ ଯୋଡାବାଡିଆ ପ୍ରୋଜେକ୍ଟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଅଭାବି ବର୍ଷା ଯୋଗୁଁ ଡ୍ଯାମରେ ପାଣି ନାହିଁ। ବର୍ତମାନ ବର୍ଷା ଯେପରି ଲୁଚକାଳି ଖେଳୁଛି ଆଉ କିଛି ଦିନ ଏପରି ଲାଗି ରହିଲେ ମରୁଡି ଆଶଙ୍କା ରହିଛି।

new life
You might also like
error: Content is protected !!