News
WhatsApp Image 2023-10-04 at 17.25.00
samparksetu

କୋଭିଡ କଟକଣାରେ ଜିଲ୍ଲାରେ ୧୨ ରୁ ଖୋଲିବ ସବୁଧର୍ମାନୁଷ୍ଠାନ ;ରବିବାର ଏବଂ ସୋମବାର ବନ୍ଦ ରହିବ ଶିବ ମନ୍ଦିର

ଢେଙ୍କାନାଳ ଜିଲ୍ଲାରେ ଆସନ୍ତା ୧୨ ତାରଖି ଠାରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ କୋଭିଡ କଟକଣା ମଧ୍ୟରେ ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ଜିଲ୍ଲାରେ ଥିବା ଚର୍ଚ୍ଚ ଏବଂ ମସଜିଦ ଗୁଡିକରେ ଏକକାଳୀନ ସର୍ବାଧିକ ୨୦ ଜଣ ବ୍ୟକ୍ତି ପ୍ରାର୍ଥନା କରିପାରିବେ । ଜିଲ୍ଲାର ମନ୍ଦିର ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟ ନ୍ତ ଖୋଲା ରଖିବାକୁ ନିଷ୍ପତ୍ତି
ହୋଇଛି । ଚର୍ଚ୍ଚ ମସଜଦି , ମନ୍ଦିର ଆଦି ସମସ୍ତ ଧର୍ମାନଷ୍ଠ।ନ କୁ ଯିବା ପୂର୍ବରୁ ମାସ୍କ ଓ ହାତକୁ ବିଶୋଧନ କରିବା ସହତି ସାମାଜିକ ଦୂରତା ରକ୍ଷା ଏବଂକୋଭିଡ଼ ନିୟମ ନଶ୍ଚିତ ଅନୁପାଳନ କରିବାକୁ ସମସ୍ତ ଶଦ୍ଧ୍ର ।ଳୁ ଏବଂ ପରିଚାଳନା କମିଟି କୁ ଦିିଆଯାଇଛି । ଯେପରି ଅଧିକ ଗହଳି ନହଏୁ , ସେଥିପ୍ରତି ଦୃଷ୍ଟି ରଖି ଚଲିତ ଅଗଷ୍ଟ ମାସର ସବୁ ରବିବାର ଓ ସୋମବାର ଦିନ ଜିଲ୍ଲାର ସମସ୍ତ ଶିଵ ମନ୍ଦିିିର ବନ୍ଦ ରଖାଯିବ । କୌଣସି ମନ୍ଦିିିର ମଧ୍ୟକୁ ଶ୍ରଦ୍ଧାଳୁ ମାନେ ପୂଜା ସାମଗ୍ରୀ ଆଦି ନେଇପାରିବେ ନାହିଁ ।

ସଂକ୍ରମଣ ଆଶଙ୍କା ହେତୁ ୧୦ ବର୍ଷରୁ କମ ବୟସ୍କ ଶିଶୁ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ଗଭର୍ବତୀ ମହିଳ। ଧର୍ମାନଷ୍ଠ।ନ ଗୁଡିକୁ ନଯିବ।କୁ ମଧ୍ୟ ପରାମର୍ଶ ଦିଆଯାଇଛି । ଜନସାଧାରଙ୍କ ଭାବନାକୁ ଦୃଷ୍ଟି ଦେଇ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲା ଯାଇଛି ।

ଧର୍ମାନୁଷ୍ଠାନ ଗଡୁକରେ ବିଶାଧନ, ସାମାଜିକ ଦରୂତା ରକ୍ଷା ଓ ମାସ୍କ ପରିଧାନକୁ ବିଶେଷ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଅନେୁରାଧ କରିଛନ୍ତି । ଏହି ବୈଠକରେ ଅତରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର
ଦାସ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଦେବୋତର ଅଧକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଧର୍ମାନୁଷ୍ଠାନ ର ମୁଖ୍ୟ ଓ ପୂଜକ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

new life
You might also like
error: Content is protected !!