News
WhatsApp Image 2023-10-04 at 17.25.00
samparksetu

ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଡ. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଅସମ୍ମାନ ପ୍ରତିବାଦ ରେ ଢେଙ୍କାନାଳ ବିଜେପି ର ପ୍ରେସ ମିଟ

ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଡ. ବାବାସାହେବ ଆମ୍ବେଦକର ଙ୍କ ପ୍ରତି ଅସଂମ୍ମାନ ପ୍ରତିବାଦ ରେ ଆଜି ଜିଲ୍ଲା ବିଜେପି ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ଦ୍ୱାରା ପିଙ୍ଗୁଆ ଠାରେ ଏକ ପ୍ରେସ ମିଟ ର ଆୟୋଜନ କରାଯାଇଥିଲା l

ସୂଚନା ଯୋଗ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ନିର୍ବାଚନ ମଣ୍ଡଳୀ ଏବଂ ଆଳି ଥାନା ଅନ୍ତର୍ଗତ ବାଳକାଟୀ ପଂଚାୟତ ଅଧିନସ୍ତ ବାଳିକାଟୀ ଗ୍ରାମ ର ହରିଶ ଚନ୍ଦ୍ର ମଲ୍ଲିକ, ପିତା – ନବକିଶୋର ମଲ୍ଲିକ ଙ୍କ ଦ୍ୱାରା ଉକ୍ତ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନରେଗା, ପାଇଖାନା , ଏବଂ ଅନ୍ୟାନ ଉର୍ନତି ମୂଳକ କାର୍ଯ୍ୟ ରେ ହଉଥିବା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବିଭିନ୍ନ ସାମଜିକ ଗଣମାଧ୍ୟମ ରେ ଉକ୍ତ ଖବର ପ୍ରକାଶ କରିବା କୁ ନେଇ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ହରିଶ ଚନ୍ଦ୍ର ମଲ୍ଲିକ କୁ ମାଡମରିବା ଘଟଣା ଏବଂ ଏଫ ଆଇ ଅର ଦେଲା ପରେ ମଧ୍ୟ୍ୟ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା କୁ ବିରୋଧ କରି ଆଜି ଜିଲ୍ଲା ବିଜେପି ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ଦ୍ୱାରା ଆଜିର ଏହି ପ୍ରେସ ମିଟ ଆୟୋଜନ କରାଯାଇଥିଲା l

ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣ କୁ ଦୃଢ ନିନ୍ଦା କରିବା ସହିତ ସରକାରୀ ଯୋଜନା ରେ ଦୁର୍ନୀତି ଏବଂ ଦଳିତ ମାନଙ୍କ ଉପରେ ଆକ୍ରମଣ କେବେ ବନ୍ଦ ହେବ ସରକାର ଙ୍କୁ ପ୍ରଶ୍ନ କରିବା ସହ ଯଦି ଏହା ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜୋରଦାର ହେବ ବୋଲି ଜିଲ୍ଲା ବିଜେପି ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ତରଫ ରୁ କୁହାଯାଇଛି l

new life
You might also like
error: Content is protected !!