News
WhatsApp Image 2023-10-04 at 17.25.00
samparksetu

ଜରାଜୀର୍ଣ୍ଣ ଅବସ୍ଥାରେ କାକୁଡ଼ିଭାଗ ଯାତ୍ରୀ ବିଶ୍ରାମାଗାର

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ କାକୁଡ଼ିଭାଗ ପଞ୍ଚାୟତ ଅନ୍ତର୍ଗତ ସାପୁଆ ପୋଲ ତଳେ ରାସ୍ତା କଡରେ ଥିବା ଯାତ୍ରୀ ଵିଶ୍ରାମାଗାର ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଏହି ବିଶ୍ରାମ ଗୃହଟି ପ୍ରାୟ ୩୦ ବର୍ଷ ପୂର୍ବେ ମିର୍ମାଣ ହୋଇଥିଲା । ତେବେ ପ୍ରାୟ ୫ ବର୍ଷ ହେବ ଏହା ଅତି ବିପଦ ସଂକୁଳ ହୋଇ ପଡି ରହିଛି ।

ଏହି ବିଶ୍ରାମାଗାର ରେ ୭ ଟି ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ । ବର୍ତ୍ତମାନ ଯେଉଁ ଅବସ୍ଥାରେ ଏହା ପଡ଼ି ରହିଛି କେଉଁ ସମୟରେ ଏହା ଭାଙ୍ଗି ଧନଜୀବନ ନଷ୍ଟ କରିବ ତାହା କହି ହେବ ନାହିଁ । ତେବେ ଏହାକୁ ଶୀଘ୍ର ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କ କହିବା ଅନୁଯାୟୀ , ଏହି ବିଶ୍ରାମାଗାର ଟି ଏକ ବ୍ୟକ୍ତିଗତ ଜାଗାରେ ନିର୍ମାଣ ହୋଇଛି ତେଣୁ ଏହାକୁ ଭାଙ୍ଗି ମରାମତି କରି ହେଉନାହିଁ । ଆଗକୁ ଏହାକୁ ସ୍ଥ।ନାନ୍ତର କରାଯାଇ ଅନ୍ୟତ୍ର ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି ।

new life
You might also like
error: Content is protected !!