News
WhatsApp Image 2023-10-04 at 17.25.00
samparksetu

ବ୍ଲେଡରେ ନିଜ ତଣ୍ଟିକୁ କାଟି ଯୁବକ ଗୁରୁତର !

ବ୍ଲେଡରେ ନିଜ ତଣ୍ଟିକୁ ଜଣେ ଯୁବକ କାଟିଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜ ନିକଟରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଗୁରୁତର ଯୁବକ ଜଣକ କାମାକ୍ଷାନଗର ଏନଏସି ଅନ୍ତର୍ଗତ ମହିମାନଗର ସାହିର ସଞ୍ଜୟ ନାୟକ। ସେ ସାତ ବର୍ଷ ହେଲା ନିଜ ଘରେ ରହୁ ନାହାଁନ୍ତି। ଅତ୍ୟଧିକ ମଦ୍ୟପାନ କରି ନିଜର ବେକ ବ୍ଲେଡ ସାହାଯ୍ୟରେ କାଟି ଦେଇଥିବାର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ଘଟଣାସ୍ଥଳରେ ରକ୍ତ ଛିଟା ସହ ବ୍ଲେଡ୍ ,ଚପଲ ଏବଂ ଏକ ପଲିଥିନ ବ୍ୟାଗ ପଡ଼ିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ସେ ନିଜ ତଣ୍ଟିକୁ ନିଜେ କାଟିଛନ୍ତି ତାହା ଅସ୍ପଷ୍ଟ ଅଛି। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶେଷ ଖବର ସୁଦ୍ଧା ତାଙ୍କର ଜୀବନ ସୁରକ୍ଷିତ ଅଛି। ଏ ନେଇ ଖବର ପାଇ କାମାକ୍ଷାନଗର ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!