News
WhatsApp Image 2023-10-04 at 17.25.00
samparksetu

କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ମହାପଦା ନିକଟସ୍ଥ ରେଙ୍ଗାଲୀ ଦକ୍ଷିଣ କନାଲରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଯୋରନ୍ଦା ଗ୍ରାମର ବଲ୍ଲଭ ନାଏକ ଙ୍କ ପୁଅ କୁବେର ନାୟକ ବୋଲି ସୂଚନା ମିଳିଛି ।

କୁବେର ଗତକାଲି ଠାରୁ ଘରୁ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ । ତେବେ ଏନେଇ ତାଙ୍କ ଘରେ ଜୋରନ୍ଦା ଫାଣ୍ଡି ରେ ଏକ ଏତଲା ଦେଇଥିଲେ । ଘର ଲୋକମାନେ ଏଣେତେଣେ ଖୋଜାଖୋଜି କରି ତାଙ୍କୁ ପାଇନଥିବା ବେଳେ , ଆଜି ଦ୍ୱିପ୍ରହରେ କିଛି ଲୋକ କେନାଲରେ ଏକ ଶବ ଭାସୁଥିବାର ଦେଖି ଯୋରନ୍ଦା ଫାଣ୍ଡି ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଅଗ୍ନିଶମ ଵୋଭାଗ ଏବଂ ପୋଲିସ ପହଁଚି ଶବକୁ ଉଦ୍ଧାର କରି ଚିହ୍ନଟ କରିଥିଲେ ।

ତେବେ କୁବେର ସ୍ଥାନୀୟ କେନାଲରେ ଶୌଚ ହେବା ସମୟରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିବାର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି । ପୋଲିସ ଏ ଘଟଣା କୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

new life
You might also like
error: Content is protected !!