News
WhatsApp Image 2023-10-04 at 17.25.00
samparksetu

ଏଣିକି ହ୍ୱାଟ୍ସଆପରୁ ଡାଉନଲୋଡ଼ କରିହେବ ଟିକାର ପ୍ରମାଣପତ୍ର, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

ବିଦେଶ ଗସ୍ତ ଓ ଅନ୍ୟାନ୍ୟ କ୍ଷେତ୍ରରେ କୋଭିଡ୍ ସାର୍ଟିଫିକେଟ ଆବଶ୍ୟକ ହେଉଥିବାରୁ, କିପରି ସହଜରେ ପ୍ରମାଣପତ୍ର ମିଳିବ, ଏ ନେଇ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି କିଛି ସେକେଣ୍ଡ ଭିତରେ ହ୍ଵାଟ୍ସଆପ ରେ ମିଳିଯିବ କରୋନା ଟିକା ସାର୍ଟିଫିକେଟ୍ । ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଯେଉଁମାନେ ଏହି ପ୍ରମାଣପତ୍ର ଡାଉନଲୋଡ୍‌ କରିବାକୁ ଚାହୁଛନ୍ତି ସେମାନେ +୯୧ ୯୦୧୩୧୫୧୫୧୫ ଟେଲିଫୋନ ନମ୍ବରକୁ ସେଭ୍ କରି ଏହାପରେ ହ୍ଵାଟ୍ସଆପ ରେ Covid Certificate ଟାଇପ୍‌ କରି ପଠାଇବାକୁ ହେବ ।

ତାହାପରେ ଏକ ଓଟିପି ଆସିବ । ଓଟିପି ଏଣ୍ଟର କରିଲେ ମୁହୂର୍ତ୍ତକ ମଧ୍ୟରେ ପ୍ରମାଣପତ୍ର ମିଳିଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି ।

new life
You might also like
error: Content is protected !!