ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ ନିଆରା ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଗଜମରା ର ଶୁବ୍ରତ ବେହେରା ।
ଶୁବ୍ରତ ନିଜର ଜନ୍ମ ଦିବସ ଅବସରରେ ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କୁ ଚକଲେଟ କେକ୍ ଖୁଆଇବା ସହ ଦିନଟିଏ ପାଇଁ ହେଉ ପଛେ ଯେପରି ସମସ୍ତେ ପେଟପୁରା ଖାଇପାରିବେ ଏନେଇ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ସେ ।
ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରମେଶ ବେହେରା , ସାଗର ବେହେରା , ସଂଗ୍ରାମ ବେହେରା , ସରୋଜ ବେହେରା , ରଶ୍ମି ବେହେରା , ରଞ୍ଜନ ବେହେରା , ସିଲୁ ବେହେରା ଓ ହିମାଂଶୁ ବେହେରା ।