News
WhatsApp Image 2023-10-04 at 17.25.00
samparksetu

ଶୁଭ୍ରାଂଶୁ ଶତପଥି ଙ୍କ ପ୍ରତିନିଧିତ୍ୱ ରେ ଆୟୋଜିତ ହେଲା ଜିରୋ ୱେଷ୍ଟ ରନ

ବିଶ୍ୱ ବ୍ୟାପି ଅନୁଷ୍ଠିତ ହୋଇଯାଇଛି ଜିରୋ ୱେଷ୍ ରନ୍ ମୂଳ ଲକ୍ଷ ଥିଲା ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା । ପ୍ଲାଷ୍ଟିକ ର ବହୁଳ ବ୍ୟବହାର ହେତୁ ଅତିଷ୍ଠ ହୋଇ ପଡିଛି ପୃଥିବୀ ମା । କେତେବେଳେ ନଦୀ ପଠାରେ ତ କେଉଁଠି ସହର ମଧ୍ୟରେ ଆହୁରି ମଧ୍ୟ ସମୁଦ୍ର ଗର୍ଭରେ ମଧ୍ୟ ଏହି ଦୂଷିତ ବସ୍ତୁର କଳାର ରୂପ ଦେଖିବାକୁ ମିଳିଛି ।

ତେବେ ଏହାକୁ ବର୍ଜନ କରିବା ନେଇ ଏକ ସଚେତନତା ପଦ ଯାତ୍ରା, ବିଶ୍ଵବ୍ୟାପୀ ଏହି ସଚେତନ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିଥିବା ବେଳେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଢେଙ୍କାନାଳ ର ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ । ଏହି ସଚେତନତା ଯାତ୍ରା ଅଷ୍ଟ୍ରେଲିଆ ର ଥର୍ସଟ ଫାଉଣ୍ଡେସନ ଆୟୋଜିତ କରିଥିବା ବେଳେ ପରିବେଶବିତ୍ ତଥା ଥର୍ସଟ ଫାଉଣ୍ଡେସନ ର ସିଇଓ ଶୁଭ୍ରାଂଶୁ ଙ୍କୁ ଭାରତ ର ପ୍ରତିନିଧିତ୍ୱ ଦାୟିତ୍ବ ଦେଇଥିଲେ ।

ତେବେ କୋଭିଡ କଟକଣା ହେତୁ ନିଜସ୍ୱ ଭାବେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ପରିବେଶ ପ୍ରେମୀ ମାନେ ଏହି ସଚେତନତା ଯାତ୍ରାରେ ନିଜକୁ ସାମିଲ କରିଥିଲେ । ପୂର୍ବରୁ ମଧ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ କରିଥିବାରୁ ଜାତିସଂଘ ଏବଂ ବିଭିନ୍ନ ଆନ୍ତର୍ଜାତିକ ଅନୁଷ୍ଠାନ ଶୁଭ୍ରାଂଶୁ ଙ୍କୁ ପୁରସ୍କୃତ କରିଛନ୍ତି । ତେବେ ଏହି ଜିରୋ ୱେଷ୍ଟ ରନ୍ ରେ ପ୍ରତିନିଧିତ୍ୱ ଦାୟିତ୍ବ ନେଇଥିବା ଶୁଭ୍ରାଂଶୁ ହେଉଛନ୍ତି ପ୍ରଥମ ଓଡ଼ିଆ ।

new life
You might also like
error: Content is protected !!