News
WhatsApp Image 2023-10-04 at 17.25.00
samparksetu

ସୁନାରେ ଝଲସିଲେ ବାବା ଚନ୍ଦ୍ରଶେଖର ; ୧କେଜି ୯୧୦ ଗ୍ରାମ ଓଜନ ସୁନାର ପଞ୍ଚବକ୍ରୀ ମୁକୁଟରେ ଅନୁଷ୍ଠିତ ହେଲା ନାଗାଭରଣ ବେଶ

ରାଜ୍ୟର କୈଳ।ଶ ତଥା ଢେଙ୍କାନାଳ ର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ବାବା ଶ୍ରୀ ଚଦ୍ରଶେଖର ଜୀଉ ସୁନାରେ ଝଟକିଲେ । ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ପଭୁ ଚନ୍ଦ୍ରଶେଖର ଜୀଉଙ୍କ ପାଖରେ  ସୁନାରେ ତିଆରି ପଞ୍ଚବକ୍ରୀ ମୁକୁଟ ଲାଗିକରାଯାଇଛି ।

ସୂଚନା ଥାଉକି,  ପ୍ରଭୁଙ୍କ ପାଖରେ ୧କେଜି ୯୧୦ ଗ୍ରାମ ଓଜନ ସୁନାରେ ନିର୍ମିତ ପଞ୍ଚବକ୍ରୀ ମୁକୁଟ ଓ ସୁନା ପ୍ରଲେପ ରୁପା ନାଗ ଲାଗି କରାଯାଇଛି ।  ଦେବୋତ୍ତର ବିଭାଗ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ କୋଟିଏ ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ପଞ୍ଚବକ୍ରୀ ସୁନାର ମୁକୁଟ ତିଆରି କରାଯାଇଛି ବୋଲି ସୂଚନା ମିଳିଛି । ୭୦ ବର୍ଷ ପୂର୍ବେ ମହାପ୍ରଭୁ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ ମୁକୁଟ ଚୋରୀ ହୋଇଯିବା ପରେ ପ୍ରଭୁଙ୍କର ନାଗାଭରଣ ବେଶ କେବଳ ପ୍ରଥାରେ ଚାଲିଥିଲା ।

ଏହି ଅବସରରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା, ଏସ.ପି. କେ ଶିଭା ଶୁଭ୍ରମଣି, ଡ଼ି.ଏଫ ଓ ପ୍ରକାଶ ଚନ୍ଦ୍ର ଗୋଗୀନେନୀ, ପିଡ଼ି ଡିଆରଡିଏ ତଥା ଜିଲ୍ଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ତେବେ କପିଳାସ ପୀଠର ପରମ୍ପରା ବର୍ଷରେ ତିନି ଥର ଅର୍ଥାତ ଜାଗରଯାତ୍ରା, ପୌଷଭିଷେକ ଓ ମକର ସଂକ୍ରାନ୍ତିରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଙ୍କର ନାଗାଭରଣ ବେଶ ବା ସୁନାବେଶ ହୋଇଥାଏ ।

new life
You might also like
error: Content is protected !!