News
WhatsApp Image 2023-10-04 at 17.25.00
samparksetu

ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନିତ ଢେଙ୍କାନାଳ ମାଟିର ପୁଅ ଏସଓଜି କମାଣ୍ଡୋ ଅରବିନ୍ଦ ସାହୁ

ଓଡ଼ିଶା ରୁ ୬୭ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଘୋଷଣା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୀର ବାଜିରାଉତ ମାଟି ଭୁବନର ଲଢୁଆ ପୁଅ ଅରବିନ୍ଦ ସାହୁଙ୍କ ନାମ ଘୋଷଣା କରାଯାଇଛି । ୨୦୧୩ ମସିହାରେ ଅରବିନ୍ଦ ଏସଓଜି କମାଣ୍ଡୋ ଭାବେ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ତୃତୀୟ ବାଟାଲିୟନ ରେ ନିଯୁକ୍ତି ପାଇଥିଲେ ।

ପରେ ପରେ ୨୦୧୯ ମସିହାରେ କୋରାପୁଟ ଜିଲ୍ଲାକୁ ସ୍ପେସିଆଲ୍ ଅପରେସନ ପାଇଁ ଡେପୁଟେସନରେ ଯାଇଥିଲେ । ୨୦୧୯ ମସିହା ରେ କୋରାପୁଟ ଜିଲ୍ଲାର ପିଟୁଆ ଜଙ୍ଗଲରେ ନକ୍ସଲ ସହ ମୁହାଁମୁହିଁ ହୋଇଥିଲା । 

ଉଭୟ ପକ୍ଷରୁ ଜୋରଦାର ଗୁଳି ବିନିମୟ ହୋଇଥିବା ବେଳେ ପରିଶେଷରେ ୧୩ ଜଣ ସହଯୋଗିଙ୍କ ସହିତ ପିଟୁଆ ଜଙ୍ଗଲରେ ପାଞ୍ଚ ଜଣ ନକ୍ସଲଙ୍କ ହରାଇ ଜୟ ଲାଭ କରିଥିଲେ । ଯାହାଫଳରେ କି ଆଜି ଅରବିନ୍ଦଙ୍କ ସଫଳତା ପାଇଁ ବାଜିରାଉତ ମାଟି ଭୁବନ ଗର୍ବିତ ।

new life
You might also like
error: Content is protected !!