News
WhatsApp Image 2023-10-04 at 17.25.00
samparksetu

ବାଲିଯୋରନ୍ଦା ମଣିଶ୍ୱର ମହାଦେବ ମନ୍ଦିରରେ ଅଷ୍ଟ ପ୍ରହର ନାମ ଯଜ୍ଞ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ସ୍ଥିତ ଶ୍ରୀ ଶ୍ରୀ ମଣୀଶ୍ବର ମହାଦେବ ମନ୍ଦିର ର ନବମ ବାର୍ଷିକ ଉତ୍ସବ ପାଳିତ। ଗତ ରବିବାର ସନ୍ଧ୍ୟାରେ କଳସ ଯାତ୍ରା ଏବଂ ଅଧିବାସ ହୋଇଛି ଏବଂ ଆସନ୍ତା କାଲି ସକାଳ ପ୍ରହରରେ ଏହି ନାମ ଯଜ୍ଞ ଉଦଯାପିତ ହେବ l

ସାଧାରଣ ଭାବରେ ବର୍ଷା ହେବାପାଇଁ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ ଶ୍ରୀ ଶ୍ରୀ ମଣୀଶ୍ବର ମହାଦେବ ମନ୍ଦିରରେ ନାମ ଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ଗାଁ ର ସଂକୀର୍ତ୍ତନ ମଣ୍ଡଳୀ ଭାଗ ନେଇଥିଲେ। ଅଷ୍ଟପ୍ରହର ଧରି ପ୍ରଭୁ ମହାଦେବଙ୍କ ମନ୍ତ୍ର ପାଠ ସହ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ହୋଇଥିଲା। ଶତାଧିକ ଭକ୍ତ ପ୍ରସାଦ ସେବନ ସହ ପ୍ରଭୁ ମଣିଶ୍ୱର ମହାଦେବଙ୍କ ଦର୍ଶନ କରିଥିଲେ।

ବାଲି ଯୋରନ୍ଦା, ବଜୁରିଆ, ବ୍ରହ୍ମପୁର ଓ ରାଇପୁର ଗ୍ରାମର ଭକ୍ତ ମାନଙ୍କ ସହଯୋଗରେ ପ୍ରତିବର୍ଷ ଶ୍ରାବଣ ମାସରେ ବାର୍ଷିକ ଉତ୍ସବ ପାଳନ କରିଥାନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯାଇଅଛି । ମିଳିତ ଭାବେ ଗ୍ରାମ ଗୁଡିକର କର୍ମକର୍ତ୍ତା ରବି ନାରାୟଣ ପରିଡ଼ା, ଜୟନ୍ତ ସ୍ବାଇଁ, କାଳନ୍ଦୀ ନାୟକ, ହରିନାରାୟଣ ଦାଶ, ସୁର ପ୍ରଧାନ, ନିରଞ୍ଜନ ପ୍ରଧାନ, ବନମାଳୀ ପାଣିଗ୍ରାହୀ, ଅଜିତ ସ୍ବାଇଁ ପ୍ରମୁଖ ଅନେକ ଭକ୍ତ ଏହି ଉତ୍ସବ ପରିଚାଳନା କରିଥିଲେ।

new life
You might also like
error: Content is protected !!