News
WhatsApp Image 2023-10-04 at 17.25.00
samparksetu

ବିଧାନ ସଭା ଘେରିବ କିନ୍ନର ସଂଘ

ଢେଙ୍କାନାଳ ଜିଲ୍ଲା କିନ୍ନର ମାନଙ୍କ ସମସ୍ୟା ନେଇ ଜିଲ୍ଲା ମା ବୁଢୀ ଠାକୁରାଣୀ କିନ୍ନର ସଙ୍ଘ ତରଫରୁ ରାଜ୍ୟ ସଙ୍ଘର ଅନୁରୋଧ କ୍ରମେ କିନ୍ନର ମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଅଧିକାର ପାଇଁ ବିଧାନସଭା ଘେରିବାକୁ ସଙ୍ଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ କିନ୍ନର ମାନଙ୍କୁ ତୁରନ୍ତ ମାନବୀୟ ବ୍ୟବହାର ସହିତ ସାଧାରଣ ନାଗରିକ ମାନଙ୍କ ଭଳି ସମସ୍ତ ମୌଳିକ ଅଧିକାର ରାଜ୍ୟ ଏବଂ କେନ୍ଦ୍ର ସରକାର ସୁନିଶ୍ଚିତ କରନ୍ତୁ । ଆଜି ପର୍ଯ୍ୟନ୍ତ ଉଭୟ ସରକାର ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି ।

ରାଜ୍ୟ ସରକାର ଅନ୍ତୋଦୟ ଅନ୍ନଯୋଜନାରେ ୧୪ହଜାର କିନ୍ନର ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇନାହିଁ ।ରାଜ୍ୟର ସମସ୍ତ କିନ୍ନର ଙ୍କୁ ପେନ୍‌ସନ ଜାଗା ମିଶନ ଜରିଆରେ ଜମିପଟା ସହତି ପଧ୍ର।ନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ , ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଏସଆରସି ସର୍ଜରୀ ପାଇଁ ବ୍ୟବସ୍ଥା ସହତି ସମସ୍ତ କିନ୍ନର ମାନଙ୍କୁ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ଏବଂ କିନ୍ନର ମାନଙ୍କ ସାମଗ୍ରୀକ ବିକାଶ ଏବଂ ସ୍ୱାବଲମ୍ବୀ କରିବା ପାଇଁ ଦାବୀ କରାଯାଇଛି ।

ରାଜ୍ୟରେ କିନ୍ନର କଲ୍ୟାଣ ବୋର୍ଡ ଗଠନ ସହତି ୫୦ ପ୍ରତିଶତ କିନ୍ନର ପ୍ରତିନିଧିତ୍ୱ ବ୍ୟବସ୍ଥା କରନ୍ତୁ ଏବଂ ସରକାରୀ ଚାକିରୀ, ଶିକ୍ଷା ଓ ନିର୍ବାଚନରେ କିନ୍ନର ମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଉ ।

ଏ ସମସ୍ତ ପ୍ରସଙ୍ଗରେ ଆସାନ୍ତା ୭ ତାରିଖରେ ଭୁବନେଶ୍ୱର ଚାଲ ର ଡାକରା ସହତି କିନ୍ନର ମହାସଂଘ ମହାମହିମ ରାଜ୍ୟପାଳ , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ଢେଙ୍କାନାଳ ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷା ଛବିରାଣୀ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!