News
WhatsApp Image 2023-10-04 at 17.25.00
samparksetu

ସ୍କୁଲରୁ ଶିକ୍ଷକ ସମେତ ୨୦ ଜଣ କରୋନା ପଜେଟିଭ ଚିହ୍ନଟ ; ସ୍କୁଲ ବନ୍ଦ କଲା ଜିଲ୍ଲା ପ୍ରଶାସନ

ବର୍ତ୍ତମାନ ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାର କାରଣ ସାଜିଛି । ଆଜି ଚିହ୍ନଟ ହୋଇଥିବା ମୋଟ୍ ୬୩୮ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୂରା ପଞ୍ଚାୟତରାଜ ହାଇସ୍କୁଲକୁ ୭ଦିନ ପାଇିଁ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି ।

ସ୍କୁଲର ନବମ ଓ ଦଶମ ଶ୍ରେଣିର ୧୧ଜଣ ଛାତ୍ରଛାତ୍ରୀ ପଜେଟିଭ ଚିହ୍ନଟ ପରେ ବନ୍ଦ ଘୋଷଣା କରାଯାଇଛି । ଗତ ସପ୍ତାହରେ ସ୍କୁଲର ଶିକ୍ଷକ ସମେତ ୯ ଜଣ ପଜେଟିଭ ହୋଇଥିେଲେ। ଗତ ୧ତାରିଖ ବୁଧବାର ଦିନ ମୋଟ ୧୪୭ ଜଣ ଛାତ୍ରଛାତ୍ରୀ ଓ ସ୍କୁଲ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା।

ସେଥି ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀ ଙ୍କ ରିପୋର୍ଟ ପଜେଟିଭ ଚିହ୍ନଟ ପରେ ସ୍କୁଲ ବନ୍ଦ ନିଷ୍ପତି ନିଆଯାଇଛି। ତେବେ ଆଜି ସୁଧା ସ୍କୁଲର ମୋଟ ୨୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ପଜେଟିଭ ଚିହ୍ନିଟ ହୋଇଛନ୍ତି। ସ୍କୁଲ ବନ୍ଦ ଘୋଷଣା ପରେ ହଷ୍ଟେଲ ପିଲାଙ୍କୁ ଘରକୁ ପଠାଯାଇ ସ୍କୁଲକୁ ବିଶୋଧନ କରାଯାଇଛି ।

new life
You might also like
error: Content is protected !!