News
WhatsApp Image 2023-10-04 at 17.25.00
samparksetu

ପରିଚୟ

ତୁମରି  ଠିକଣା     ଭୁଲିଯାଇଅଛି
       ମନେପଡେ  ତୁମ ସ୍ମୁରତି!
ମୋ ଭାଗ୍ୟ  ଆକାଶେ   ଲଘୁଚାପବର୍ଷା
         ଅଦିନେ ଆଣିଲା ବିପତ୍ତି !!
ତୁମ ଅଗଣାରେ     ଦୁବଘାସ  ହୋଇ
           ସର୍ବଦଳା  ମୁଁ ସାଜିଛି !
ମୋ ଅଗଣାର      ତୁଳସୀ  ମୂଳରେ
        ମିଞ୍ଜିମିଞ୍ଜି ସଂଜ  ଜଳୁଛି !!
ସ୍ନାନକରି  ତୁମେ      ଶୁଦ୍ଧପୂତ ହୋଇ
      ନରେନ୍ଦ୍ର ରେ ବୁଡ଼ ପକାଇ !
ନିତ୍ୟ ମାନସିକ       କରିଆଜିତୁମେ
     ଜଉଘରେ  ମୋତେ ପୁରାଇ !!
ତୁମେସେଠି କିଣ       ସପନମହଲା
     ଜହ୍ନ କୁ ବାଜି ଲଗାଇ !
ମୋ ସଉଦାକିଣା   ଭୋକର  ଚାଦରେ
       ନିଦୁଆ ମୁହଁ   ଘୋଡ଼ାଇ !!
ସଞ୍ଜୁଆ ତାରାକୁ      ନିମନ୍ତ୍ରଣ  ଦେଇ
       ନିଦମୋ    ଚୋରିକରିଛ !
କୁମ୍ଭକର୍ଣ୍ଣ ନିଦେ      ଚିଆଁଇଶୋଇଛ
         ବରବାଦୀ  ମନାସିଛ !!

✍️ ସୂର୍ଯ୍ୟ ନାୟକ

new life
You might also like
error: Content is protected !!