News
WhatsApp Image 2023-10-04 at 17.25.00
samparksetu

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର !

ଭଗବାନଙ୍କ ଗଢା ଏ ବିଚିତ୍ର ଦୁନିଆଁ । କେହି ରାଜଭୋଗ କରେ ତ କେହି ନିଜ ପେଟ ଚାଖଣ୍ଡେ ପାଇଁ ଭିକ୍ଷା ମାଗି ରାସ୍ତା କଡରେ ଶୋଇ ଜିବନ ବିତଉଥିବାର ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ଲେଖା ହୋଇଛି ଜନ ମଙ୍ଗଳ ରାଷ୍ଟ୍ର । ଯେଉଁ ହାତରେ ବସ୍ତାନି ଧରି ସ୍କୁଲ ଯିବା କଥା ଆଜି ସେହି ହାତରେ ଟ୍ରଲି ଟାଣି ନିଜର ପରିବାର ମୁହଁରେ ଆହାର ଦେବାକୁ ବାଧ୍ୟ ହୋଇଛି , ଯେଉଁ ବୟସରେ ସାଙ୍ଗ ସାଥି ମାନଙ୍କ ସହ ଖେଳକୂଦ କରିବା କଥା ଆଜି ୟା ତା ଘରେ ମୁଲ ମଜୁରୀ କରିବାକୁ ବାଧ୍ୟ ହେଉଛି । ଓଳିଏ ଖାଇଲେ ଓଳିଏ ଉପାସ ରହି ଉହି କଅଁଳ ବୟସରେ ନିଜ ଆଖିର ଲୋହ ଓ କଷ୍ଟ କୁ ଭୁଲି ନିଜନ ଦୁଇ ବଡ ଭଉଣୀ ଙ୍କ ମୁହଁରେ ହସ ଦେଖିବାକୁ ଶତ ଚେଷ୍ଟା କରୁଥିବାର କରୁଣ ଦୃଷ୍ୟ ଦେଖୀବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଳକ ମାର୍ଥାପୁର ପଂଚାୟତ ନୁଆ ସାହିର ୧୧ ବର୍ଷର ନାବାଳକ ସତ୍ୟବ୍ରତ ସେଠୀ ଓ ତାର ଦୁଇ ନାବାଳିକା ଭଉଣୀ ସ୍ୱର୍ଣ୍ଣଲତା ସେଠୀ (୧୬) ଓ ଶୁଶ୍ରୀସଙ୍ଗିତା ସେଠୀ ।

ସୁଚନା ରୁ ପ୍ରକାଶ ଯେ, ବାପା ବଳରାମ ସେଠୀ ଓ ମା କୁନି ସେଠୀ ,ଦୁଇ ଝିଅ ଓ ଗୋଟିଏ ପୁଅ କୁ ନେଇ ରୁହନ୍ତି । ବଳରାମ ସେଠୀ ବିଭିର୍ଣ୍ଣ କାମଧନ୍ଦା କରି ବେଶ ହସ ଖୁସିରେ ପରିବାର ଚଳି ଯାଉଥିଲା । ହେଲେ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର , ଗତ ୩ ବର୍ଷ ତଳେ ହଠାତ କୁନି ସେଠୀ ର ଶରୀର ଅସୁସ୍ଥ ହୋଇ ପଡିଲା । ପରିକ୍ଷା ପରେ ଜଣା ପଡିଲା ସେ କ୍ୟନସର ରୋଗରେ ପିଡିତ । କିଛିଦିନ ଚିକିତ୍ସା ପରେ କୁନି ସେଠୀ ଙ୍କର ମୃତ୍ୟୁ ହୋଇଗଲା । ସ୍ୱାମୀ ତାକୁ ଝୁରି ଝୁରି ଆଜକୁ ପ୍ରାୟ ୭ ମାସ ହେବ ସମ୍ପୁର୍ଣ୍ଣ ପାଗଳ ହୋଇ କେଉଁ ଆଡେ ଚାଲିଗଲେ ।

ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିଲା ନାହିଁ । ଏକ ଭଙ୍ଗା କୁଡିଆ ଘରେ ରହିଗଲେ କେବଳ ୨ ନାବାଳିକା ବଡ ଭଉଣୀ ଓ ସତ୍ୟବ୍ରତ । ବଡ ଭଉଣୀ ସ୍ୱର୍ଣ୍ଣଲତା ମାଟ୍ରିକ ପାସ୍ କରିସାରିଥିବା ବେଳେ ଶୁଶ୍ରିସଙ୍ଗିତା ୮ମ ଶ୍ରେଣୀ ରେ ଓ ସାନ ଭାଇ ସତ୍ୟବ୍ରତ ଷଷ୍ଠ ଶ୍ରେଣିରେ ପାଠ ପଢାରେ ଡୋରି ବାନ୍ଧିଲେ ।ଝଡ ବର୍ଷା ହେଲେ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ତା ସହ ପେଟ ରେ ଦାନା ଟିକିଏ ଦେବାକୁ କେହି ନାହିଁ ଏଭଳି ଅବସ୍ଥାରେ ସାହି ପଡିସା ଦୟାକରି ଯଦି କିଛି ଦିଅନ୍ତି ତେବେ ଖାଆନ୍ତି ନଚେତ ଉପାସ ରେ ପାଣି ପିଇ ଶୋଇ ଯାଆନ୍ତି ।

ଶେଷରେ ବାଧ୍ୟ ହୋଇ ସତ୍ୟ ନିଜ ଦୁଇ ଭଉଣି ଙ୍କ ମୁହଁରେ ଆହାର ଟିକିଏ ଯୋଗାଇ ଦେବା ପାଇ ଏହି କୋମଲମତି ଅବସ୍ଥାରେ ୟା ତା ଘରେ କାମ କରିବା ସହିତ ଗାଁ ର ଜଣଙ୍କ ଟ୍ରଲି ଟାଣି ଦିନକୁ ଯେଉଁ ୪୦ ରୁ ୫୦ ଟଙ୍କା ପାଆନ୍ତି ସେଥିରେ ଏହି ତିନି ଭାଇ ଭଉଣୀ କଷ୍ଟେମଷ୍ଟେ ଚଳିବାକୁ ବାଧ୍ୟ ହେଉଛନ୍ତି । ସରକାର ଙ୍କ ତରଫରୁ ରାସନ କାର୍ଡ ମାଧ୍ୟମରେ ମାସକୁ କେବଳ ୧୫ କେଜି ଚାଉଳ ପାଉଛନ୍ତି । ବହୁ ଆଗରୁ ଇନ୍ଦିରା ଆବାସରେ ଘର ଖଣ୍ଡିଏ ମିଳିଥିଲା କିନ୍ତୁ ସେ ଘର ଅସମ୍ପୁର୍ଣ୍ଣ ଓ ବିପଦ ସଙ୍କୁଳ ଅବସ୍ଥାରେ ।

ବର୍ଷା ହେଲେ ବାଧ୍ୟ ହୋଇ ରାତିରେ ଭାଇ ଭଉଣୀ ସାହିର କୋଠ ଘରେ ଆଶ୍ରୟ ନେଉଛନ୍ତି । ଆଗକୁ ଦୁଇ ଭଉଣୀ ର ବାହାଘର ହେବ ସେଥିପାଇଁ ଦିନ ରାତି କାମ କରିବାକୁ ସେ ରାଜି ଅଛନ୍ତି ବୋଲି ଲୋତକ ଭରା ନୟନ ରେ କୁହନ୍ତି । ଏ ନେଇ ଆମେ ମାର୍ଥାପୁର ସରପଂଚ ସଞୟ କୁମାର ଦାଶଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ କହିବା ଅନୁଯାୟୀ ସରକାରଙ୍କ ଦ୍ୱାରା ଯାହା କରିବା କଥା କରାଯାଇଛି । ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ କୁହନ୍ତି ଆର୍ଶୀବାଦ ଯୋଜନାରେ କିଭଳି ସାହାର୍ଯ୍ୟ କରାଯାଇ ପାରିବ ସେ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆର୍କଷଣ କରାଯାଇଛି ।

new life
You might also like
error: Content is protected !!