News
WhatsApp Image 2023-10-04 at 17.25.00
samparksetu

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର ଘଟଣା ; ଅସହାୟ ଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ବେଛାସେବୀ

ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ର ମାର୍ଥାପୁର ଗ୍ରାମ ର ବଳରାମ ସେଠିଙ୍କ ୩ ନାବାଳକ ସନ୍ତାନ ଙ୍କ ଅସହାୟତା ସମ୍ପର୍କ ରେ ଢେଙ୍କାନାଳ ଅପଡେଟ୍ ରେ ପ୍ରକାଶିତ ପରେ ସ୍ବେଛାସେବୀ ଅନୁଷ୍ଠାନ ତକ୍ଷଶିଳା, ଐରା, ତୃପ୍ତି ପାଠାଗାର, ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୦ ବ୍ୟାଚ ର ବିଦ୍ୟାର୍ଥୀ ସହଯୋଗ କରିବା କୁ ଆଗେଇ ଆସିଥିଲେ । ଏପରିକି ତକ୍ଷଶିଳା ପକ୍ଷରୁ ଜଗବନ୍ଧୁ ପୃଷ୍ଟି , ଧୀରେନ୍ଦ୍ର ପୃଷ୍ଟି ଓ ମଳୟ କୁମାର ତ୍ରିପାଠୀ ରାସନ ଓ ପିନ୍ଧିବା ପାଇଁ ପୋଷାକ ପ୍ରଦାନ କରିଥିଲେ ।

୧୯୯୦ ବ୍ୟାଚର ପୁରାତନ ଛାତ୍ର ବିଶ୍ୱନାଥ ସାହୁ, ସୁନୀଲ ଅଗ୍ରୱାଲ ରାସନ ପ୍ରଦାନ କରିଥିବା ବେଳେ ଐରା ପକ୍ଷରୁ ସୁରେଶ ପଣ୍ଡା, ପ୍ରଦୁମ ପଣ୍ଡା , ବିମଲ ପୁହାଣ ୩ ନାବାଳକ ଙ୍କୁ ସରକାରୀ ଭାବେ ଅସ୍ଥାୟୀ ସେଲ୍ଟେର ହୋମ କୁ ନେବା ନିମନ୍ତେ ପଦକ୍ଷେପ ନେଇଥିଲେ । ତେବେ ଆଜି ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ଆଶ୍ରିବାଦ ପରିଡା ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ଦାସ ସକ୍ରିୟ ସହଯୋଗ କରିଥିବା ବେଳେ ତୃପ୍ତି ପାଠାଗାର ର ବିଜୟ କୁମାର ବାରିକ ଓ ପୂର୍ଣ୍ଣ ଚନ୍ଦ୍ର ସାହୁ ସେମାନଙ୍କୁ ପୋଷାକ ପ୍ରଦାନ କରିଥିଲେ ।

new life
You might also like
error: Content is protected !!