ନଈର ମଝିରେ ପଥର ହୋଇଲେ
କ୍ଷୟହୋଇଥାଏ ଦେହ !
ଅମାବାସ୍ୟା ଜହ୍ନେ ଭରଷାକରିଲେ
ହତାଶ ହୋଇବା ଥୟ !!
ପୂରୁବ ଆକାଶେ ନାଲିଆସୂରୁଜ
ତେଜ ବଢ଼ିବଢ଼ି ଚାଲେ !
ପରାଗ ଅଦିନେ ରାହୁ ଗ୍ରାସକଲେ
ପୁନେଇଁ ର ମତୁଆଲେ !!
ଭଷା ବଉଦକୁ ଭରଷା କରିଲେ
ଜଳାଭାବ ସିନା ହବ !
ପଥିକ ପଥରେ ମରୁଭୂମି ଥିଲେ
ବାଟ ଅମଡ଼ାରହିବ !!
ଆଜିର କରମ କାଲିର ଧରମ
ଫେଣ୍ଟାଫେଣ୍ଟି ମାପ କରିଣ !
ଫଗୁଣେ କୋକିଳେ କୁହୁତାନ ସିନା
ଅପରୂପ ଶିହରଣ !!
ନିଦୁଆ ସଂଜରେ ବୁଢୀମାଗପ
ପିଲାବେଳ ସ୍ମୃତି କାହାଣୀ !
ଅଜଣା ଅଗମ୍ୟ ଭବିଷ୍ୟତନେଇ
ଭୋଗୀ ଥାଏ ସବୁପରାଣୀ !!
✍🏼 ସୂର୍ଯ୍ୟ ନାୟକ