News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧ ରେ ସମ୍ମାନୀତ

ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧-ରେ ସମ୍ମାନୀତ ହୋଇଛି । ପରିବେଶକୁ ସୁହାଇଲାଭଳି କଂପାନିର ସପ୍ଲାଇ ଚେନ ଓ ଲଜିଷ୍ଚିକ୍ସସ ବିଭାଗର ଉତ୍କର୍ଷ  ପଦକ୍ଷେପ ପାଇଁ ଗୋଲ୍ଡ କ୍ୟାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏହି କ୍ଷେତ୍ରରେ ଉତ୍କର୍ଷ ଗ୍ରାହକ ସେବା, ଦାୟିୟ୍ବବାନ ସପ୍ଲାଇ ଚେନ, ଖର୍ଚ୍ଚ୍ଚ ପରିଚାଳନାରେ ସଫଳତା, ଡିଜିଟାଇଜେସେନ ଓ ଭିତ୍ତିଭୂମୀ ସୁଦୃଢିକରଣ ଆଜି ମୁଖ୍ୟ ୫ଟି ଆଧାରରେ  କଂପାନିର ପରିଚାଳନା ଦୃଷ୍ଚାନ୍ତମୁଳକ ରହିଛି । 

ଶକ୍ତି ଏବଂ ପରିବେଶ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଅନିଲ ରଜଦାନ (ଭାରତ ସରକାରଙ୍କ ପୂର୍ବତନ ସଚିବ, ଶକ୍ତି ମନ୍ତ୍ରଣାଳୟ) ଏବଂ ଶକ୍ତି ଏବଂ ପରିବେଶ ଫାଉଣ୍ଡେସନର ସିଇଓ ଡକ୍ଚର ଅନିଲ ଗର୍ଗ ଏକ ଭର୍ଚୁଆଲ ଫୋରମରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ ।

ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁବୋଧ ପାଣ୍ଡେ, ପରିବେଶ ବିଭାଗ ମୁଖ୍ୟ ଶ୍ରୀସରୋଜ କୁମାର ବାନାର୍ଜୀ ଏବଂ ମୁଖ୍ୟ ଲଜିଷ୍ଟିକ୍ସ ଅଫିସର ଶ୍ରୀ ସୁବ୍ରତ ବସକ ଏହି ପୁରସ୍କାର ଗ୍ରହଣ କରିଥିଲେ ।  
ଭାରତର ଇସ୍ପାତ ଶିଳ୍ପରେ ପ୍ରଥମଥର ପାଇଁ ଇସ୍ପାତ ପରିବହନ ପାଇଁ ଇଲେକ୍ରିକ ଟ୍ରକ୍ ବ୍ୟବହାର, ରେଳବାଇ ଓଭରହେଡ୍ ବିଦ୍ୟୁତିକରଣ,ଅନ୍ୟ କଂପାନିଙ୍କ ସହ ମିଳିତ ପଦକ୍ଷେପରେ ଉଭୟଙ୍କ ପାଇଁ ଲଜିଷ୍ଟିକ୍ ମୂଲ୍ୟ ହ୍ରାସ କରିବା ପାଇଁ ସାଧାରଣ ସାମଗ୍ରୀ ବିକ୍ରୟରେ ସହଯୋଗିତା, ସୁପରିଚାଳିତ ଗ୍ରାହକ ଅଭିଯୋଗ ନିୟନ୍ତ୍ରଣ ପ୍ରଣାଳୀ, ଗ୍ରାହକଙ୍କୁ ଉତ୍ପାଦ ବିତରଣ ଚକ୍ର ସମୟ ହ୍ରାସ, ଫ୍ଲାଏ-ଆସ ଏବଂ ସିଧାସଳଖ ହ୍ରାସ ହୋଇଥିବା ଆଇରନ୍ (DRI) ଉତ୍ପାଦଗୁଡିକ ରେଳ ଦ୍ୱାରା ପରିବନହ, ମୋଟ ପରିବହନରେ ରେଳ ମାଧ୍ୟମରେ ପରିବହନର ଅନୁପାତ ବୃଦ୍ଧି ଭଳି ଟାଟା ଷ୍ଟିଲ ବିଏଏସଏଲର ଲଜି୍ଟିକସ ଓ ସପ୍ଲାଇ ଚେନ ବିଭାଗର ପରିବେଶ ଉପଯୋଗୀ ପଦକ୍ଷେପ କଂପାନିକୁ ପ୍ରଶଂସିତ କରିଛି।  

ସରକାରୀ ସଂସ୍ଥା, ଏକାଡେମୀ ଏବଂ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞଙ୍କ ଦ୍ବାରା ଗଠିତ ବିଚାରକ ମଣ୍ଡଳୀ ଗ୍ଲୋବାଲ୍ ସଷ୍ଟେନେବିଲିଟି ପୁରସ୍କାର ପାଇଁ ମନୋନୀତ କଂପାନିଙ୍କ ମୂଲ୍ୟାଙ୍କନ କରିଥାନ୍ତି,କାର୍ଯ୍ୟ ମାଧ୍ୟମରେ ପରିବେଶ ପ୍ରତି ଉଲ୍ଲେଖନୀୟ ଅବଦାନ, ପ୍ରତିବଦ୍ଧତା ଏବଂ ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ନୂଆଦିଲ୍ଲୀ ସ୍ଥିତ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସସଷ୍ଟେନବିଲିଟି ପୁରସ୍କାର ଆୟୋଜନ କରିଆସୁଛନ୍ତି।   

new life
You might also like
error: Content is protected !!