News
WhatsApp Image 2023-10-04 at 17.25.00
samparksetu

।। ବର୍ଷା ।।

ଏଇ ବର୍ଷାର ଆଗମନରେ
ଏକ ଅହେତୁକ ଆକର୍ଷଣ ସାଥେ
ମୂର୍ଚ୍ଛନା ହୋଇ ନାଚି ଉଠୁ
ମୋର ହୃଦୟ

ଅବସନ୍ନ ଓ କ୍ଲାନ୍ତିରେ
ଥକି ଯାଇଥିବା ର ଅଭିଯୋଗ
ଅହରହ ଖୁବ୍ କୋଳାହଳ
ସୃଷ୍ଟି କରୁଛି ଜୀବନରେ

ପତ୍ରଝଡ଼ା ଦେଇଥିବା
ଏ ଶୁଖିଲା ଗଛର ଡାଳ
ଅନେକ ଦିନରୁ ଖୋଜିବୁଲୁଚି
ବିହଙ୍ଗ ବିଚରଣ

ଏକ ନୂତନ ଅୟମାରମ୍ଭ ସାଥେ
ପ୍ଲାବିତ ହେଉ ଆଜି
ଅପରାହ୍ନରେ ସୃଷ୍ଟି ହୋଇଥିବା
ଅଭିମାନର ଚାପା ଗୁଞ୍ଜରଣ

ଆ‌ଚ୍ଛାଦିତ ହେଉ ଘନ ଘନ କଳାବାଦଲ
ଓ ଖସିଆସୁ ବିସ୍ତୀର୍ଣ୍ଣ ଆକାଶରୁ
ଟୋପା ଟୋପା ଜଳରାଶି
ଭାଙ୍ଗିବାକୁ ଏ ହୃଦୟର ରୋଷ

ଶ୍ରାବଣର ଶ୍ରାବଣୀ ହୋଇ
ଆଲୋଡିତ ହେଉ ଓ ନାଚିଉଠୁ
ମୋ ମନର ମୟୁରୀ
ମେଣ୍ଟିଯାଉ ଅନ୍ୱେଷଣର ଶୋଷ ।

✍️ ମନୀଷା ତ୍ରିପାଠୀ

new life
You might also like
error: Content is protected !!