News
WhatsApp Image 2023-10-04 at 17.25.00
samparksetu

ଘର ଖଣ୍ଡେ ନଥିବାରୁ ହଟହଟା ହେଉଛନ୍ତି ଅରକ୍ଷିତ ଙ୍କ ପରିବାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ର ବାଙ୍ଗୁରା ଗ୍ରାମର ଅରକ୍ଷିତ ସାମଲ (୬୭) ନିଜ ପତ୍ନୀ ପଞ୍ଚାଳୀ ସାମଲ(୫୫) ଏବଂ ୧ମାତ୍ର ପୁତ୍ର ବିଶ୍ବଜିତ୍ ସାମଲ (୧୩)ନେଇ ଅତି ଦୟନିୟ ଅବସ୍ଥାରେ ରହୁଛନ୍ତି | ବର୍ଷା ଯୋଗୁଁ କେତେବେଳେ କାନ୍ଥ ଖସିପଡୁଛି ତ କେତେବେଳେ ଏହି ପରିତ୍ୟକ୍ତ ଘରୁ ବିଷଧର ସାପ ମଧ୍ୟ ବାହାରୁଛନ୍ତି |ଘର ଭିତରୁ କେତେବେଳେ ଜହ୍ନ ତ କେତେବେଳେ ତାରା ଦେଖାଯାଉଛି |

ବର୍ଷା ହେଲେ ରୋଷେଇ କରିହୁଏ ନାହିଁ କି ଶୋଇବା ପାଇଁ ଜାଗା ମିଳେ ନାହିଁ | ବୋଝ ଉପରେ ନଳିତା ବିଡା ସଦୃଶ ଗ୍ରାମ ଭିତରେ ବିଭିନ୍ନ ସମୟରେ ହାତୀ ଉପଦ୍ରବ ହେଉଥିବା ସମୟରେ ଅରକ୍ଷିତ ଙ୍କ ପରିବାର ଯାଇ ପଡୋଶୀ ଘରେ ରାତ୍ରୀ ଯାପନ କରୁଛନ୍ତି | ଦିନ ମଜୁରିଆ ହୋଇଥିବା ରୁ ସେ କେବଳ ପେଟକୁ ଦୁଇ ମୁଠା ଖାଦ୍ୟ ଯୋଗାଡ କରିପାରୁଛନ୍ତି କିନ୍ତୁ ଏହି ପରିଣତ ବୟସରେ ପକ୍କାଘର ଖଣ୍ଡେ କରିବା ତାଙ୍କ ପାଇଁ ସାତ ସପନ ପାଲଟିଛି |

ବିଭିନ୍ନ ସମୟରେ ଅନେକ ଯାଗାରେ ଗୁହାରି କରି ନିରାଶ ହେବା ପରେ ଭଗବାନଙ୍କ ଭରସାରେ ରହିଛନ୍ତି ଉକ୍ତ ପରିବାର | ତୁରନ୍ତ ଏହି ପରିବାର ଙ୍କୁ ଘର ଖଣ୍ଡେ ଯୋଗାଇବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।

new life
You might also like
error: Content is protected !!