News
WhatsApp Image 2023-10-04 at 17.25.00
samparksetu

ନଅ ଲକ୍ଷ ଟଙ୍କାର କାମ ନଅ ମାସ ବି ସ୍ଥାୟୀ ନୁହେଁ!

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓପୁଟସାହି ପଞ୍ଚାୟତର କନ୍ତିଓପୁଟସାହି ଗାଁ ର ଚଳିତ ବର୍ଷ ନୂଆପୁଟସାହି ଠାରୁ ବ୍ରାହ୍ମଣବନ୍ଧ ପର୍ଯ୍ୟନ୍ତ ଫିଲ୍ଡ ଚ୍ୟାନେଲ କାନ୍ଥ ଭୁଶୁଡି ପଡିଛି। ୨୦୨୦-୨୧ ଆର୍ଥିକ ବର୍ଷର ମଞ୍ଜୁର ହୋଇଥିବା ୯,୦୦,୦୦୦ ଟଙ୍କାର ଏହି ଚ୍ୟାନେଲ ଚଳିତ ବର୍ଷ ବର୍ଷା ଋତୁ ପୂର୍ବରୁ ଶେଷ ହୋଇଥିଲା।

ସୂଚନା ଫଳକ ଅନୁଯାୟୀ ଏହା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ (କୋଡ଼ ନମ୍ବର ୨୪୦୭୦୦୪/wc/୧୦୪୪୮୩୧୨) କରାଯାଇଥିଲା। ଚ୍ୟାନେଲର କାନ୍ଥ ଶୋଇ ପଡ଼ିଥିବା ବେଳେ ଏଥିରେ କୌଣସି ଲୁହା ରଡ଼ ବ୍ୟବହାର ହୋଇନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଏତେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିଲା ଯେ ବର୍ଷେ ରହିଲା ନାହିଁ। ସ୍ଥାନୀୟ ଲୋକଙ୍କ ଅନୁଯାୟୀ କାମଟି ପଞ୍ଚାୟତର ଜଣେ ପ୍ରଭାବଶାଳୀ ବ୍ୟକ୍ତି କରିଥିଲେ। ଦୁର୍ନୀତି ଯୋଗୁଁ କାମ ନିମ୍ନ ମାନର ହେଉଛି ଓ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି। ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

new life
You might also like
error: Content is protected !!