News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନା ରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଅନିୟମିତତା କରାଯାଉଥିବା ଖବର ପ୍ରତିଦିନ ପ୍ରକାଶ ପାଉଛି। ଗରିବ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଯୋଜନାରେ ବାସଗୃହ ପ୍ରଦାନ କରାଯାଉଛି ବୋଲି ପ୍ରଚାର ଚାଲୁଛି।

୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କାର୍ଯ୍ୟକାରୀ କରିଥିଲେ। ୨୦୧୫ ମସିହାରୁ ଏହି ଯୋଜନାର ନାମ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରଖାଯାଇଛି। ଆବାସ ଯୋଜନା କାର୍ଯ୍ୟକାରୀ ହେବାର ୩୫ ବର୍ଷ ହୋଇଗଲାଣି। ପ୍ରାରମ୍ଭିକ ପର୍ଯ୍ୟାୟରେ ଗରିବ ଲୋକ ଏହି ଯୋଜନାରେ ଉପକୃତ ହେଉଥିଲେ। ପରବର୍ତ୍ତୀ ସମୟରେ ହିତାଧିକାରୀ ଚୟନରେ ଦୁର୍ନୀତି ଯୋଗୁଁ ଗରିବ ଲୋକ ଏହି ଯୋଜନାରୁ ବାଦ ପଡିଛନ୍ତି। ଯାହାର ଜଳ୍ବନ୍ତ ଉଦାହରଣ ହେଉଛି କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁର ସର୍ବେଶ୍ଵର ନାୟକ ଓ ତାଙ୍କ ଭାଇମାନଙ୍କ ପରିବାର। ଏହି ଗାଁ ର ସ୍ବର୍ଗତ ଘନଶ୍ୟାମ ନାୟକଙ୍କ ଚାରି ପୁଅ ସର୍ବେଶ୍ଵର ନାୟକ, ସଞ୍ଜୟ ନାୟକ, ବିଜୟ ନାୟକ ଓ ଅଜୟ ନାୟକ।

ସମସ୍ତେ ବିବାହିତ ହୋଇଥିଲା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଆବଶ୍ୟକ ଘର ନାହିଁ। ଯେଉଁ ଘର ଅଛି ଦୁଇ ଭାଇଙ୍କ ପରିବାର କଷ୍ଟେମଷ୍ଟେ ଚଳି ଯାଉଛନ୍ତି। ବୃତ୍ତିରେ ସମସ୍ତେ ଦିନ ମଜୁରିଆ। ଗୁଣ୍ଠେ ହେଲେ ବି ଚାଷ ଜମି ନାହିଁ। ବଡ଼ ପୁଅ ସର୍ବେଶ୍ଵର ନାୟକଙ୍କ ଗୋଟିଏ ପୁଅ ଦିବ୍ଯାଙ୍ଗ ମଧ୍ୟ। ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡ଼ି ଦୌଡି ନୟାନ୍ତ ହୋଇଗଲେଣି। ବାରମ୍ବାର ଦରଖାସ୍ତ ଦାଖଲ କରିଥିଲେ ମଧ୍ୟ ହିତାଧିକାରୀ ତାଲିକାରେ ନାଁ ରହୁନାହିଁ ବୋଲି ସବୁ ଭାଇମାନେ ଅଭିଯୋଗ କରିଛନ୍ତି।

ଘର ନଥିବାରୁ ବାଧ୍ୟ ହୋଇ ସାନ ଦୁଇ ଭାଇ ପରିବାର ନେଇ ତାଳଚେର ସହରରେ ଝୁମ୍ପୁଡି ଘରେ ରହୁଛନ୍ତି। ଆର୍ଥିକ ସ୍ବଚ୍ଛଳ ପରିବାର ଘର ପାଉଥିବା ବେଳେ ଏହି ପରି ଗରିବ ଭାଇମାନେ ଆଜି ପର୍ଯ୍ୟନ୍ତ ଉପକୃତ ହୋଇ ପାରି ନଥିବା ଯୋଜନାରେ ଦୁର୍ନୀତି ହେଉଥିବା ଇଙ୍ଗିତ କରୁ ନାହିଁ କି? ଅଗ୍ରାଧିକାର ଭିତ୍ତିରେ ଏହି ଚାରିଭାଇଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଲେ ସେମାନେ ଉପକୃତ ହୋଇପାରନ୍ତେ।

new life
You might also like
error: Content is protected !!