ପାର୍ବଣେ କାକର ଉଲ୍ଲାସ ଶରତେ
ହସେ କାଶତଣ୍ଡୀ ଧବଳର ପୁଷ୍ପେ
ହୁଏ ଆଗମନ ଦଶଭୂଜା ମର୍ତ୍ତେ
ଶିଶିରର ମୁକ୍ତା ଶେଫାଳିର ପୁଷ୍ପେ
ଗଳାରେ ନାଲିମାଳ ମସ୍ତକେ ସିନ୍ଦୁର
ଆଶ୍ୱିନ ଆଗମାନେ ଚହଟେ ମନ୍ଦାର
ନାରୀର ସନ୍ନାମାନେ ବିନାଶ ଦୁଷ୍ଟର
ଅପୂର୍ବ ଲୀଳା ତୋ ସାହସ ନାରୀର
ଦିବ୍ୟ ଜନନୀ ମା ଶତ୍ରୁ ସଂହାରିଣୀ
ଦୁର୍ଗତି ନାଶିନୀ ଶକ୍ତି ସ୍ୱରୂପିଣୀ
ନବ ଦୁର୍ଗା ମା ଅଶାର କଲ୍ୟାଣୀ
ମା ମହାକାଳୀ ତୁମେ ରୁଦ୍ର ରୂପିଣୀ
ତ୍ରତେୟାରେ ରାମ ଶକ୍ତି ପ୍ରଦାୟିନୀ
ଦ୍ଵାପରେ ବିଜୁଳି କନ୍ୟା ସ୍ୱରୂପିଣୀ
ରାବଣ କଂସର ବିନାଶ କାରିଣୀ
କଳିଯୁଗେ ମର୍ତ୍ତେ ପାପ ସଂହାରିଣୀ
ତୋ କରୁଣା ଆଶିଷ ଦିବ୍ୟ ଶକ୍ତିରେ
ଭରିଦିଅ ଭକ୍ତି ପ୍ରେମ ହୃଦୟରେ
ହେଉ ଅତିମାନସର ଉତରଳ ଧାରେ
ଆଜି ସକଳ ମାନସ ଉର୍ଜା ପାର୍ବଣରେ
କେତେ ଆଶା କେତେ ନିଶା କେତେଯେ ଅଳିରେ
କେତେ ସାଜସଜା କେତେ ଭରଷାରେ
ମର୍ତ୍ତ୍ୟ ରେ ଦଶଭୂଜା ମା ଏ କଳିଯୁଗରେ
ତୁମେ ମର୍ତ୍ତ୍ୟରେ ଦଶଭୂଜା ଏ କଳିଯୁଗରେ ||
✍️ କାଦମ୍ବରୀ ମହାଖୁଡ଼