News
WhatsApp Image 2023-10-04 at 17.25.00
samparksetu

ସହାୟତା ଅପେକ୍ଷାରେ ଜଗବନ୍ଧୁ!

ବୟସ ୧୨ ବର୍ଷ ହୋଇଥିଲା ପରିବାରର ବୋଝ ଅଧିକ ହେବାରୁ ପାଠ ପଢା ଛାଡ଼ି ହୋଟେଲରେ କମ କରିବା ପାଇଁ ପଡିଲା। ହଠାତ୍ ଦିନେ ଦଇବ ଦାଉ ସାଧିଲା। ବସର ଦୁର୍ଘଟଣାରେ ଜୀବନ ବଞ୍ଚିଗଲା ହେଲେ ସବୁଦିନ ପାଇଁ ଦିବ୍ଯାଙ୍ଗ ହୋଇଗଲେ।

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁ ର ତୀର୍ଥବାସୀ ସାହୁଙ୍କ ବଡ଼ ପୁଅ ଜଗବନ୍ଧୁ ସାହୁ (୩୨)। ପରିବାର ଜମିବାଡ଼ି କହିଲେ ଦଶ ଗୁଣ୍ଠ, ଗାଇ ଚରାଇ ତୀର୍ଥବାସୀ ପରିବାର ପୋଷୁଥିଲେ। ସପ୍ତମ ଶ୍ରେଣୀରୁ ପାଠ ଛାଡି ଜଗବନ୍ଧୁ କାମାକ୍ଷାନଗର ବସଷ୍ଟାଣ୍ଡରେ ସେତେବେଳେ ଥିବା ଗୌରା ସାହୁଙ୍କ ହୋଟେଲରେ (ବର୍ତ୍ତମାନ ହନୁମାନ ବଜାରରେ ଥିବା ହରି ଓମ୍) କାମ କରୁଥିଲେ। ଦିନେ ପରିଶ୍ରା କରିବା ପାଇଁ ଯାଇଥିବା ସମୟରେ କାହ୍ନା ନାମକ ବସ ପଛରୁ ଧକ୍କା ଦେଇଥିଲା।

ବସର ପଛ ଚକାରେ ଗୋଟିଏ ଗୋଡ଼ ଚାପି ହୋଇଯାଇଥିଲା। ଚିକିତ୍ସା ପାଇଁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନା ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ପାଇଁ ବସ ମାଲିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବାପରେ କୌଣସି ମାମଲା ରୁଜୁ ହୋଇ ନଥିଲା। ପ୍ରତିଶ୍ରୁତି ଦେଇ ମଧ୍ୟ ଟଙ୍କାଟିଏ ବି ବସ ମାଲିକ ସହାୟତା ଦେଲା ନାହିଁ କି ହୋଟେଲ ମାଲିକ ବି କୌଣସି ପ୍ରକାର ସହାୟତା କଲା ନାହିଁ।

ଗୋଡର ଅବସ୍ଥା ଗୁରୁତର ଥିବାରୁ ଧାର ଉଧାର କରି ନାଲକୋ ର ଡାକ୍ତରଖାନାରେ ଚିକିତ୍ସିତ ହେଲେ। ଚିକିତ୍ସା ପାଇଁ ଘରେଥିବା ଛେଳି, ଜମିବାଡ଼ି ବି ବିକ୍ରି କରିବା ପାଇଁ ପଡିଲା। ଚିକିତ୍ସା ସମୟରେ ଡାକ୍ତର ଅପରେସନ ଜୋରଦାର କରି ଗୋଡ଼କୁ ଆଂଶିକ ଭାବରେ ଠିକ୍ କରି ପାରିଥିଲେ। ଗୋଡର ଅବସ୍ଥା ନସୁଧୁରିଲେ ଭବିଷ୍ୟତରେ ଗୋଡ଼ କାଟିବା ପାଇଁ ସୂଚନା ଦେଇଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯେନତେନ ଉପାୟରେ ଘରକୁ ଆସିଲେ।

ପରିବାର ପେଟ ପୋଷିବା ପାଇଁ ଠେଲାରେ ଗୁପଚୁପ ବ୍ୟବସାୟ କରୁଥିଲେ। ତାଙ୍କ ଗୁପଚୁପର ସ୍ବାଦ ପାଇଁ ଆଖପାଖ ଗାଁ ର ବହୁତ ଲୋକଙ୍କ ଭିଡ଼ ବି ଜମୁଥିଲା। ଗୁପଚୁପ ବ୍ୟବସାୟରୁ ଭଲ ଦିପଇସା ରୋଜଗାର କରୁଥିଲେ। ଗୋଡ ବ୍ୟଥା ହେଲେ ଔଷଧ ଖାଇ ରହି ଯାଆନ୍ତି। ପରିବାରର ବୋଝ ଗୋଡର ଯନ୍ତ୍ରଣାକୁ ଭୁଲାଇ ଦେଉଥିଲା। ଗୋଡର ଯନ୍ତ୍ରଣା ଧିରେଧିରେ ବଢିବା ସହ ଘାଆ ହେବା ଆରମ୍ଭ ହେଲା। ଯେତେ ଚିକିତ୍ସା କରିବା ପରେ ବି ଘାଆ ଶୁଖିଲା ନାହିଁ। ଯନ୍ତ୍ରଣା ଏତେ ହେଲା ଯେ ଶେଷରେ ଗୋଡ଼ କାଟିବା ପାଇଁ ନିଷ୍ପତ୍ତି ନେଲେ। ଶିକ୍ଷା ଓ ସୂଚନାର ଅଭାବ ପାଇଁ ସରକାରଙ୍କ କୌଣସି ସହାୟତା ପାଇ ପାରିଲେ ନାହିଁ।

ନିଜର କିଛି ଜମା ପୁଞ୍ଜି ଓ ଧାର ଉଧାର କରି କଟକର ପପୁଲାର ନର୍ସିଂ ହୋମରେ ଆଣ୍ଠୁ ଠାରୁ ତଳକୁ କଟା ହେଲା। ୩୫,୦୦୦ ଟଙ୍କାରେ ସବୁ ହୋଇଯିବ ବୋଲି ନର୍ସିଂ ହୋମର କର୍ତ୍ତୁପକ୍ଷ କହିଥିଲେ। ୩୫,୦୦୦ ଟଙ୍କାରେ ଠିକା ନେଇଥିବା ପପୁଲାର ନର୍ସିଂ ହୋମ ତିନି ଦିନ ରଖି ଘରକୁ ପଠାଇ ଦେଲେ। ଉପଯୁକ୍ତ ଚିକିତ୍ସା ଅଭାବରୁ ଗୋଡର କ୍ଷତ ଶୁଖିଲା ନାହିଁ। ପପୁଲାର ନର୍ସିଂ ହୋମ ସହ ଯୋଗାଯୋଗ କରିବା ପରେ ସେ କୌଣସି କଥା ଶୁଣିଲେ ନାହିଁ। ଯନ୍ତ୍ରଣା ଅସହ୍ୟ ହେବାରୁ କଟକ ସିଲିଭରସିଟି ଡାକ୍ତରଖାନାରେ ଭର୍ତ୍ତି ହେଲେ। ଡାକ୍ତରଙ୍କ ପରାମର୍ଶ ପରେ ଏଠାରେ ଆଣ୍ଠୁ ଉପରୁ ଗୋଡ଼ କଟା ଯାଇଥିଲା।

ଏକ ଘରୋଇ ଡାକ୍ତରଖାନାରେ ଅପରେସନ ବାବଦରେ ୬୫,୦୦୦ ଖର୍ଚ୍ଚ ହୋଇଥିଲା ବେଳେ ଔଷଧ, ରହିବା, ଖାଇବା ମିଶାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ। ଶ୍ବଶୁର ଘର ଜମି ବିକ୍ରି କରି ସହାୟତା କରିଥିବା ବେଳେ ହାତ ଉଧାର ଓ ଘରୋଇ ଋଣ ଭାରରେ ବୁଡି ରହିଛନ୍ତି। ଚିକିତ୍ସା ପାଇଁ ସରକାରୀ ସୂତ୍ରରୁ କୌଣସି ସହାୟତା ପାଇ ପାରି ନାହାଁନ୍ତି। ଜଗବନ୍ଧୁଙ୍କୁ କୃତ୍ରିମ ଗୋଡ, ଗୋଟିଏ ଟ୍ରାଇସାଇକେଲ ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେଲେ ପୂର୍ବପରି ନିଜ ପରିବାରର ପେଟ ପୋଷି ପାରିବେ ବୋଲି ପ୍ରକାଶ କରିଛନ୍ତି।

new life
You might also like
error: Content is protected !!