News
WhatsApp Image 2023-10-04 at 17.25.00
samparksetu

ଫୁଲ



ସଞ୍ଜ ନଇଁବା ଆଗରୁ
ଅଲାଜୁକୀ ମାଟି ଟାରେ
କେତେ ଫୁଲମଉଳି ଯାଆନ୍ତି…
ଫୁଟିବା ଆଗରୁ କିଏ ଜାଣେ??
ଫୁଟିଥିବା ଫୁଲ କେତେ
ମକଚି ହୁଅନ୍ତି ଜହ୍ଲାଦ ର
ପାଦ ତଳେ

ସେ ହିସାବ କିଏ ବା ରଖିଛି??
ବିଲୁଆଖାଇ ନଦୀ ପଠା ରୁ
ମହାଲିଙ୍ଗ ଯାଏ
କୁଢ଼ କୁଢ଼ ମଉଳା ଫୁଲ ରେ
ଇତିହାସ କର୍ଦ୍ଦମାକ୍ତ
ଛବିରାଣୀ ଖାଲି ନୁହେଁ
ଇତିଶ୍ରୀ ଠୁଁ ମମିତା ପର୍ଯ୍ୟନ୍ତ
ସମସ୍ତଙ୍କ ଦେହର ଭୂଗୋଳ
ବିଦୀର୍ଣ୍ଣ, ବିବର୍ଣ୍ଣ

ଏବେ ଆଉ ମୂକ ସାକ୍ଷୀ
କୋଣାର୍କ କି ଶ୍ରୀମନ୍ଦିର ନୁହେଁ
ଏ ମାଟି ର ମଣିଷ
କାହିଁ କେତେ ଦିନୁ ଭୁଲିଯାଇଛି ସେ
“ମୋହ ମୁଦଗର “କୁ
କାମନା ର ସ୍ଫୁଲିଙ୍ଗ ରେ ଦଗ୍ଧୀଭୂତା
ମାତୃଶକ୍ତି,

ନଷ୍ଟ ଦେଉଳ ଦର୍ଜା ଅନ୍ତରାଳେ
ସଜଫୁଲ ବାସୀ ହୋଇଯାଏ
ଦେବତା  ଠିଁ ଲାଗିବା ଆଗରୁ
ଆବିଷ୍କୃତ ହୁଏ

ନଦୀପଠା, ଅଳିଆ ଗଦା  କିମ୍ବା
ସକାଳ ର ତାଜା ଖବର ରେ |
ହୋହାଲ୍ଲା, ନାକାବନ୍ଦୀ, ଶୋକସଭା ସାରି
ବ୍ୟସ୍ତ ଆମେ
ଆଉ  କିଛି ଫୁଲ ର ସନ୍ଧାନେ ||
    

✍️ପ୍ରକାଶ ଚନ୍ଦ୍ର ରାଉତ
    

new life
You might also like
error: Content is protected !!