News
WhatsApp Image 2023-10-04 at 17.25.00
samparksetu

ମରଣ ଯନ୍ତା ପାଲଟିଛି ଭୁବନ ଏନଏସି ର ମୁଖ୍ୟ ରାସ୍ତା !

ଭୁବନ ବିଜ୍ଞାପିତ ଅଚଂଳ ପରିଷଦକୁ ସରସସୁନ୍ଦର କରି ଗଢି ତୋଳାଯିବ । ରାସ୍ତାଘାଟ ଚକାଚକ ହେବ, ସବୁଠି ତୁରନ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ ଡ୍ରେନ । ଏମିତି କେତେ ସୁନେଲି ସ୍ୱପ୍ନ ଦେଖାଇଥିଲା ଭୁବନ ଏଏନସି ।

ସହର ମଧ୍ୟରେ ଥିବା ମୁଖ୍ୟ ରାସ୍ତାଟି ର ମରାମତି କାମ ଜାତୀୟ ରାଜପଥ ବିଭାଗ କରୁଥିଲା । କିନ୍ତୁ ଗତ ଜୁଲାଇ ମାସରେ ଭୁବନ ସହରର ଉତର ପଶ୍ଚିମ ଦିଗରେ ବାଇପାଶ ହେବା ପରେ ସହର ମଧ୍ୟସ୍ଥ ରାସ୍ତା ଅବସ୍ଥା ଯାହା ପାଦରେ ଚାଲିକରି ଗଲେ ହିଁ ଜଣାପଡିବ । ଗାଡି ଚଲାଇବା ମହା ମୁସ୍କଲି । ରାସ୍ତାର ପିଚୁ ତ କେବେ ଠାରୁ ଉଠିଗଲାଣି । କେତେକ ସ୍ଥାନରେ ଦୁଇ ତିନି ଫୁଟ ଗାଢ ସୃଷ୍ଟି ହେଲାଣି । କେଉଠି ପାଣି ଜମି ପୋଖରୀ ସୃଷ୍ଟି ହେଲାଣି । ରାସ୍ତା ସାରା ଗୋଡି ପଥର ମୁଣ୍ଡ ଟେକିଛି ।

ଭୁବନର ପ୍ରବେଶ ପଥ ବେଣାଗାଡିଆ ପୋଖରୀ ଠାରୁ କାଳି ବଜାର ଦେଇ ତହସିଲ ,କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏମିତି ହିଁ ହୋଇଛି । ଏହି ରାସ୍ତାଦେଇ ଦୈନିକ ବ୍ଲକକୁ ହଜାର ହଜାର ଲୋକ ଆସିଥାନ୍ତି । ଥାନା ତହସିଲ କୋଟ ବାଜି ରାଉତ କଲେଜ ଓ ମହିଳା ମହାବିଦ୍ୟାଳୟ ଭୁବନର ତିନୋଟି ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ଯାତାୟତ ହୋଇଥାଏ । ସହରର ପ୍ରମୁଖ ଅଚଂଳରେ ଏଭଳି ମରଣଯନ୍ତ୍ରା ପାଲଟିଛି । ତାହା ପଥଚାରୀ ଙ୍କୁ ଚକିତ କରୁଛି । ସେତିକି ବିସ୍ମୟ ମଧ୍ୟ ସୃଷ୍ଟି କରୁଛି ।

new life
You might also like
error: Content is protected !!