News
WhatsApp Image 2023-10-04 at 17.25.00
samparksetu

ଐତିହାସିକ ବିଜୟ

ବିଶ୍ଵ ଗ୍ରାସି ବିଶ୍ଵ ଭୟ
କରୋନା ରୋଗର ହେଲା ବିଲୟ ସୁଜନେ ହେ
ଆଜି ଭାରତ ବାସୀ ବିଜୟ ।
ଏକଶ, ତିରିଶ କୋଟି,
ଜନସଂଖ୍ୟା ମୋର ଦେଶର ସ୍ଥିତି, ସୁଜନେ ହେ
ଟିକା ନେଲେ ଏକଶତ କୋଟି ।
ତଥାପି ଯାଇନି ଭୟ
ଦେଶବାସୀ ମୋର ସତର୍କ ରୁହ, ସୁଜନେ ହେ
ମାସ୍କ ପିନ୍ଧ, ସଦା ହାତ ଧୁଅ ।
ଆମ ମୋଦି ସରକାର
ନବୀନ ତହିଁକି ହେଲେ ତତ୍ପର, ସୁଜନେ ହେ
ମାଗଣାରେ ଟିକା କାରବାର ।
ସରକାରଙ୍କ ଉଦ୍ୟମ
ଜନସଚେତନ କି ଅନୁପମ, ସୁଜନେ ହେ
ଐତିହାସିକ ଜୟ ଲକ୍ଷଣ ।
ଜୟ ମୋ ଭାରତ ଭୂମି
ତାର ଶ୍ରିଚରଣେ କୋଟି ପ୍ରଣମି, ସୁଜନେ ହେ
ଦେଶେ ଜଣାଏ ସତର୍କ ବାଣୀ ।

✍️କରୁଣାକର ବାରିକ
                             

new life
You might also like
error: Content is protected !!