News
WhatsApp Image 2023-10-04 at 17.25.00
samparksetu

କୃପାମୟୀ ବାଉତି

ମାଗୋ ମା ବାଉତି
        ଘେନ ମୋ ପ୍ରଣତି
କୃପାମୟୀ  ଆଦିଶକ୍ତି !
କୁନୁଆଁ ଗ୍ରାମରେ ପାହାଡ କୋଳରେ
     ଖ୍ୟାତ  ତୋର  ଯଶକୀରତି !
ଭକ୍ତ ଛୁଟିଆସେ  ଦୁରଦିଗନ୍ତରୁ
      ଲିପସା ସାର୍ନିଧ୍ୟ ଶକତି !
ମନେ ଦୟାବହି  ଘଣ୍ଟ  ତୁ ଘୋଡାଇ
      ରଖୁ  ସୁକିଆ ବାଉତି !!
ହେ ମାଗୌରୀ   ଦେବୀ ମାହେଶ୍ୱରୀ
     ମହାମାୟୀ  ଦଶଭୂଜା !
ଅଶ୍ୱିନ ମାସରେ   ମୂଳା ଅଷ୍ଟମୀରେ
     ପୀଠେ  ପାଉ ମହାପୂଜା !!
ଘଣ୍ଟ ହୁଳହୁଳି     ଓଁକାର  ଧ୍ୱନିରେ
    ବିରାଜୁତୁ   ଜଗଦମ୍ବା !
ମନ୍ଦାର  ହାରରେ  ଝିନବସନରେ
     ବେଶତୋରାମନଲୋଭା !!
ଭକତେ ପାଳନ୍ତି ଶ୍ରଦ୍ଧାରେ ତୋହର
        ନବରାତ୍ର  ଆଡମ୍ବରେ !
ଭକ୍ତ ବତ୍ସାଳାତୁ   ନବଦୁର୍ଗା  ରୂପେ
    ଦେଉ ଦର୍ଶନ   ଗମ୍ଭୀରେ !!
ଶୈଳପୁତ୍ରୀ  ବେଶ  ପ୍ରଥମଦିବସେ
       ପୂଜାପାଉ କାଦମ୍ବରୀ !
ଦ୍ୱିତୀୟ ଦିବସେ  ବ୍ରହ୍ମହଚାରିଣୀତୁ
    ମଝିଘରିଆଣି ଈଶ୍ୱରୀ !!
ତୃତୀୟ  ଦିବସେ  ଚନ୍ଦ୍ରଘଣ୍ଟା  ରୂପ
    କୁସ୍ମାଣ୍ଡା ରୂପ  ଚତୁର୍ଥେ !
ପଞ୍ଚମ ଦିବସେ  ସ୍କନ୍ଦମାତା  ତୁ ଯେ
    ଷଷ୍ଠେ  କାତ୍ୟାୟନୀ  ମର୍ତ୍ତ୍ୟେ !!
ସପ୍ତେ  କାଳରାତ୍ରୀ ଅଯୋନି ଶମ୍ଭୁତା
       ମହାବିକଟାଳ  ରୂପ !
ଅଷ୍ଟମ  ଦିବସେ ମହାଗୌରୀ  ମାଗୋ
        ନବମେତୁ  ସିଦ୍ଧିଦାତ୍ରୀ !!
ଶିବାନୀ ସାରଳା   ହୈମବନ୍ତ ସୂତା
       ସିଦ୍ଧିଦିଅ ଶୈଳପୁତ୍ରୀ

      ✍🏽 ସୂର୍ଯ୍ୟ ନାୟକ

new life
You might also like
error: Content is protected !!